ଭୁବନେଶ୍ବର: ନଭେମ୍ବର ୨୪ ତାରିଖ ପରେ ଓମିକ୍ରନ ଆକ୍ରାନ୍ତ ରାଷ୍ଟ୍ରରୁ ଫେରିଥିବା ୨୪୬ ଜଣ ପଜିଟିଭ ଥିବା ଜଣାଯାଇଛି। ସମସ୍ତଙ୍କ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ଆଇଏଲଏସକୁ ଆସିଛି। ଏନେଇ ଆଇଏଲଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବରୁ ଆସିଥିବା ୧୪୧ ନମୁନାର ଜିନମ ସିକ୍ୱେସିଂ ହୋଇଥିଲା। ୧୪୧ରୁ କୌଣସି ନମୁନା ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇନି।

ସେପଟେ, ଓମିକ୍ରନ୍ ଭୟ ଭିତରେ ଓଡ଼ିଶାକୁ ବିଦେଶରୁ ଫେରିଲେଣି ୮୦୦ରୁ ଅଧିକ ଲୋକ। ଏମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ବିଦେଶ ଫେରନ୍ତାଙ୍କୁ ଠାବ କରାଯାଇପାରୁନାହିଁ। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ୪୦ ପ୍ରତିଶତ ବିଦେଶ ଫେରନ୍ତା ଠାବ ହୋଇପାରୁନାହାନ୍ତି। ଏବେ ସୁଦ୍ଧା ଓମିକ୍ରନ୍ ଚିହ୍ନଟ ରାଷ୍ଟ୍ରରୁ ୮୦୦ରୁ ଅଧିକ ଯାତ୍ରୀ ଓଡ଼ିଶାକୁ ଆସିଛନ୍ତି। ଏୟାର ସୁବିଧା ପୋର୍ଟାଲରେ ସେମାନେ ଭୁଲ୍ ଫୋନ ନମ୍ବର, ଭୁଲ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି। ଏୟାର ସୁବିଧା ପୋର୍ଟାଲରେ ସେଲ୍ପ ଡିକ୍ଲାରେସନ ବ୍ୟବସ୍ଥା ଥିବାରୁ ଏମିତିକି ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି, ଯାହାକି ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି କରୁଛି।

ସେପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ଓମିକ୍ରନ୍ ନେଇ ଆଲୋଚନା ଚାଲିଛି, ଭୟଭୀତ ହେବାର କୌଣସି କାରଣ ନାହିଁ। କିଏ କେଉଁଠୁ ଆସୁଛି, ତଥ୍ୟ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି। ସାରା ରାଜ୍ୟ ଉପରେ ନଜର ରଖାଯାଇଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

The post ଓମିକ୍ରନ ଆକ୍ରାନ୍ତ ରାଷ୍ଟ୍ରରୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ, ସୂଚନା ଦେଲେ ଆଇଏଲଏସ୍ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/3xZxAM0