ଭୁବନେଶ୍ବର: ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କ ଉପରେ ପ୍ରଶାସନ ନଜର ରଖିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟର ୪୦ ପ୍ରତିଶତ ବିଦେଶ ଫେରନ୍ତା ଠାବ ହୋଇପାରୁନାହାନ୍ତି। ଏବେ ସୁଦ୍ଧା ଓମିକ୍ରନ୍ ଚିହ୍ନଟ ରାଷ୍ଟ୍ରରୁ ୮୦୦ରୁ ଅଧିକ ଯାତ୍ରୀ ଓଡ଼ିଶାକୁ ଆସିଛନ୍ତି। ଏୟାର ସୁବିଧା ପୋର୍ଟାଲରେ ସେମାନେ ଭୁଲ୍ ଫୋନ ନମ୍ବର, ଭୁଲ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି। ଏୟାର ସୁବିଧା ପୋର୍ଟାଲରେ ସେଲ୍ପ ଡିକ୍ଲାରେସନ ବ୍ୟବସ୍ଥା ଥିବାରୁ ଏମିତିକି ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି, ଯାହାକି ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି କରୁଛି।

Twitter

ସେ ଆହୁରି ମଧ୍ୟ କହିଛନ୍ତି, ବର୍ଷା ଓ ବାତ୍ୟା ବେଳେ ବି ରାଜ୍ୟରେ ଟିକାକରଣ ଜାରି ରହିଥିଲା। ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକଚୁ ଛାଡ଼ି ଅନ୍ୟସବୁ ଜିଲ୍ଲାରେ ଟିକାକରଣ ଚାଲୁ ରହିଥିଲା। ଗତକାଲି ରବିବାର ରହିଥିଲେ ବି ଟିକାକରଣ ଚାଲିଥିଲା। ଏଯାଏଁ ୪ କୋଟି ୪୫ ଲକ୍ଷ ଡୋଜ ଟିକା ଦେଇସାରିଲୁଣି। ୮୬ ପ୍ରତିଶତରୁ ଅଧିକ ପ୍ରଥମ ଡୋଜ ଦିଆ ସରିଲାଣି। ୫୧ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ ନେଇଛନ୍ତି। ସମସ୍ତଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଟିକା ଦିଆଯିବ।

ଏଣେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି,  ଯେହେତୁ ଓମିକ୍ରନ ପାଇଁ ସରକାର ଚିନ୍ତିତ ଅଛନ୍ତି, ଲୋକମାନେ ସହଯୋଗ କରିବା ଦରକାର। ସେମାନେ ସ୍ବତଃପ୍ରବୃତ୍ତ ଭାବରେ ଆସିକି ଟେଷ୍ଟ କରାନ୍ତୁ। ଟେଷ୍ଟ ପରେ ଘରେ ରହିବେ। ଭୟ କରିବା ଆବଶ୍ୟକତା ନାହିଁ। ନିଜକୁ ଓ ନିଜ ପରିବାରକୁ ସଂକ୍ରମିତ ନ କରନ୍ତୁ। ଘର ଭିତରେ ଗାଁ ରେ ସମାଜରେ ଯେଭଳି ନ ବ୍ୟାପୁ।
ଆକ୍ରାନ୍ତ ଦେଶରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କ ପାଇଁ ପ୍ରୋଟୋକଲ ଜାରି ହୋଇଛି। ୭ ଦିନ ସଂଗରୋଧରେ ରହିଲା ପରେ ଅଷ୍ଟମ ଦିନ ଟେଷ୍ଟ କରାଯିବ। ପଜିଟିଭ ବାହାରିଲେ ଜିନମ ସିକ୍ୱେନ୍ସିଂ କରାଯିବ।

The post ଓମିକ୍ରନ୍ ଆକ୍ରାନ୍ତ ରାଷ୍ଟ୍ରରୁ ଓଡ଼ିଶା ଫେରିଥିବା ଯାତ୍ରୀଙ୍କ ଭିତରୁ ୪୦ ପ୍ରତିଶତଙ୍କୁ ଠାବ କରାଯାଇପାରୁନାହିଁ: ପରିବାର କଲ୍ୟାଣ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/31uveco