
ଭୁବନେଶ୍ବର: ଓଡ଼ିଶାରେ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦୦୭ ମସିହା ଜାନୁଆରି ୧ ତାରିଖ ପୂର୍ବରୁ ଯେଉଁ ୧୫ରୁ ୧୮ ବର୍ଷ ପିଲାମାନଙ୍କ ଜନ୍ମ ହୋଇଥିବ ସେହିମାନେ ଟିକା ନେବା ଲାଗି ଯୋଗ୍ୟ ହେବେ।
ଟିକା ନେବା ପାଇଁ ଅନଲାଇନ ଓ ଅନସାଇଟ ପଞ୍ଜିକରଣ କରିପାରିବ। ଟିକାକରଣ ପାଇଁ ଦୁଇ ପ୍ରକାରର ବ୍ୟବସ୍ଥା କରାଯିବ। ପରିସ୍ଥିତି ଅନୁଯାୟୀ କିଶୋରଙ୍କ ଟିକାକରଣ ଲାଗି ସ୍ଥାନ ବଛାଯିବ। ଯେଉଁଠି ସୁବିଧା ହେବ କିଶୋରଙ୍କ ଟିକା ଅଲଗା କରାଯିବ, ନ ହେଲେ ଯେଉଁ ସ୍ଥାନରେ ବର୍ତ୍ତମାନ ଟିକାକରଣ ଚାଲିଛି, ସେହିଠାରେ ଅଲଗା ଲାଇନ କରି ଟିକା ଦିଆଯିବ। କିଶୋରଙ୍କ ଟିକା କ୍ଷେତ୍ରରେ ପ୍ରଥମ ଡୋଜରୁ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ୨୮ ଦିନ ରହିବ।
ବରିଷ୍ଠ ନାଗରିକମାନଙ୍କୁ କେଉଁ ଟିକା ଦିଆଯିବ ତାହା ସ୍ପଷ୍ଟ ହୋଇନି। ତେବେ ବରିଷ୍ଠ ନାଗରିକମାନେ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରି ପ୍ରିକ୍ୟୁସନ ଡୋଜ ନେବାକୁ ଆସିବେ। ଯଦି ସେମାନଙ୍କୁ ଡାକ୍ତର ପ୍ରିକ୍ୟୁସନ ଡୋଜ ନେବାକୁ କହିଥିବେ, ତାହାଲେ ସେମାନଙ୍କୁ ପ୍ରିକ୍ୟୁସନ ଡୋଜ ଦିଆଯିବ। ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଦ୍ୱିତୀୟ ଡୋଜର ୯ ମାସ ପରେ ପ୍ରିକ୍ୟୁସନ ଡୋଜ ଦିଆଯିବ।
The post କିଶୋରଙ୍କ ଟିକା କ୍ଷେତ୍ରରେ ପ୍ରଥମରୁ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ ୨୮ ଦିନ ରହିବ: ପରିବାର କଲ୍ୟାଣ ନିର୍ଦ୍ଦେଶକ first appeared on Sambad.from କରୋନା | Sambad https://ift.tt/3pytlVq
0 Comments