
ନୂଆଦିଲ୍ଲୀ: ଭାରତରେ ଡିସେମ୍ୱର ୨ ତାରିଖରେ କର୍ଣ୍ଣାଟକରୁ ଚିହ୍ନଟ ହୋଇଥିଲା ଓମିକ୍ରନର ପ୍ରଥମ ୨ଟି ନମୂନା । ମାତ୍ର ୨୪ ଘଣ୍ଟା ପରେ ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ୱାଇ ପରି ସହରରେ ଓମିକ୍ରନ ମାମଲା ସାମ୍ନାକୁ ଆସିଲାଣି । ଏପରି ଅବସ୍ଥାରେ ପ୍ରଶ୍ନ ଉଠୁଛି, ଓମିକ୍ରନକୁ ରୋକାଯିବ କେମିତି? ଡେଲଟା ଠାରୁ ୩ ଗୁଣ ବେଗରେ ସଂକ୍ରମିତ ହେଉଥିବା ନୂଆ ପ୍ରଜାତିର କରୋନା ଉପରେ ଗବେଷଣା ଆରମ୍ଭ ହୋଇଗଲାଣି । ଏପରି ସମୟରେ ଦେଶରେ କରୋନା ଭୂତାଣୁକୁ ନେଇ ଜିନୋମ ସିକ୍ୱେନ୍ସିଂ କରୁଥିବା ୨୮ଟି ପରୀକ୍ଷାଗାର ପକ୍ଷରୁ ଦେଶରେ ବୁଷ୍ଟର ଡୋଜ୍ ଦିଆଯିବାକୁ ପରାମର୍ଶ ଆସିଲାଣି ।
ବୁଷ୍ଟର ଡୋଜ୍ ପାଇଁ କେନ୍ଦ୍ରକୁ ପରାମର୍ଶ
ଦେଶରେ ଓମିକ୍ରନର ମୁକାବିଲା ପାଇଁ ୨୮ ପରୀକ୍ଷାଗାରର ପରାମର୍ଶ
୪୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଅଧିକ ରହିଛି ଓମିକ୍ରନ ବିପଦ
ଟିକା ନେଇନଥିବା ଲୋକଙ୍କ ପାଇଁ ଓମିକ୍ରନର ବିପଦ ଅଧିକ
ଟିକାର ଦୁଇ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ପରାମର୍ଶ
ଓମିକ୍ରନର ମୁକାବିଲା କରିବାକୁ କରୋନା ଟିକା କେତେ ପ୍ରଭାବୀ ତାହା ନେଇ ଗବେଷଣାର ଆବଶ୍ୟକତା ରହିଛି । ତେବେ ବୈଜ୍ଞାନିକମାନେ ଏତିକି ସ୍ପଷ୍ଟ କଲେଣି ଯେ, କରୋନାର ଦୁଇ ଡୋଜ୍ ନେଇଥିବା ବ୍ୟକ୍ତି ଓମିକ୍ରନ ଯୋଗୁଁ ସଂକ୍ରମିତ ହେଲେ ସେତେଟା ଗୁରୁତର ହେବା ସଂଭାବନା କମ୍ ରହିଛି ।
ଆମେରିକା ଓ ବ୍ରିଟେନରେ ବୁଷ୍ଟର ଡୋଜକୁ ଅନୁମତି, ଓମିକ୍ରନର ବିପଦ କମାଇବ ବୁଷ୍ଟର ଡୋଜ୍!
ବିଦେଶରେ ବୁଷ୍ଟର ଡୋଜକୁ ଅନୁମତି ଦିଆଗଲାଣି । ଭାରତ ସରକାର କେବେ ଏହାକୁ ନେଇ ବିଚାର କରିବେ? ତାହା ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଓମିକ୍ରନକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା, ସେତେଟା ବିପଦଜନକ ହେବନାହିଁ ଓମିକ୍ରନ । ତେବେ ଏହାକୁ ମୁକାବିଲା କରିବାକୁ କେନ୍ଦ୍ର ସରକାର ଗୋଟିଏ ମନ୍ତ୍ର ଜାରି କରିଛନ୍ତି, ତାହା ହେଉଛି ଟିକାକରଣ । ପ୍ରାଥମିକ ସ୍ତରରେ ଓମିକ୍ରନ ସେତେ ଗୁରୁତର ସ୍ଥିତି କରିବ ନାହିଁ ବୋଲି କୁହାଯାଉଛି । ଅର୍ଥାତ୍ ଏହାର ପ୍ରଭାବ କମ୍ ରହିବ ।
ବର୍ତ୍ତମାନ କରୋନାର ମୁକାବିଲା କରୁଥିବା ଟିକା, ଓମିକ୍ରନ ବିରୋଧରେ ସେତେ କାମ ଦେବନି ବୋଲି କୌଣସି ପ୍ରମାଣ ମିଳିନାହିଁ । ଟିକାକରଣ ପରେ ଶରୀରରେ ସୃଷ୍ଟି ହେଉଥିବା ପ୍ରତିରୋଧକ ଶକ୍ତି ଗୁରୁତର ରୋଗ ବିରୋଧରେ କାମ କରିବ । ତେଣୁ ବର୍ତ୍ତମାନ ଟିକା ନେବା ସବୁଠାରୁ ଜରୁରୀ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ୫୦ରୁ ଅଧିକ ଥର ରୂପ ବଦଳାଇଲାଣି ଓମିକ୍ରନ । ଡେଲଟା ତୁଳନାରେ ଏହା ଅଧିକ ଘାତକ କି ନାହିଁ ତାହା ନେଇ ବୈଜ୍ଞାନିକମାନଙ୍କ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି। ବର୍ତ୍ତମାନ କରୋନାର ମୁକାବିଲା କରୁଥିବା ଟିକା, ଓମିକ୍ରନର କେତେ ମୁକାବିଲା କରିପାରିବ, ତାହାକୁ ନେଇ ମଧ୍ୟ ଆଗକୁ ଅନୁସନ୍ଧାନର ଆବଶ୍ୟକତା ରହିଛି ।
The post ଓମିକ୍ରନର ବିପଦ କମାଇବ କି ବୁଷ୍ଟର ଡୋଜ୍? ପଢନ୍ତୁ, କଣ ପରାମର୍ଶ ରଖିଲେ ବୈଜ୍ଞାନିକ first appeared on Sambad.from କରୋନା | Sambad https://ift.tt/3dfDOhh
0 Comments