ମସ୍କୋ : କୋଭିଡ୍‌ ମୃତ୍ୟୁ ବିରୋଧରେ ସ୍ପୁଟନିକ ଭି ଟିକା ୯୮ ପ୍ରତିଶତ ଫଳପ୍ରଦ ସାବ୍ୟସ୍ତ ହୋଇଛି। ୟୁରୋପୀୟ ରାଷ୍ଟ୍ରସଂଘର ଏକ ସଦସ୍ୟ ରାଷ୍ଟ୍ର ହଙ୍ଗେରିରେ ୫ଟି କୋଭିଡ୍‌ ଟିକା କୋଭିଡ୍‌ ମୃତ୍ୟୁ ରୋକିବାରେ କେତେ ଫଳପ୍ରଦ ତା’ର ଏକ ସ୍ବତନ୍ତ୍ର ତୁଳନାତ୍ମକ ଅଧ୍ୟୟନ ହୋଇଥିଲା। ଏହି ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, ରୁଷ୍‌ର ସ୍ପୁଟନିକ ଭି ଟିକା କରୋନା ମୃତ୍ୟୁ ରୋକିବାରେ ୯୮ ପ୍ରତିଶତ ଫଳପ୍ରଦ ଏବଂ ସଂକ୍ରମଣ ରୋକିବାରେ ଏହା ୮୫.୭ ପ୍ରତିଶତ ଫଳପ୍ରଦ।

ହଙ୍ଗେରିରେ ଟିକା ନେଇଥିବା ୩.୭ ନିୟୁତ ଲୋକଙ୍କୁ ନେଇ ଏହି ଅଧ୍ୟୟନ ହୋଇଛି। ୟୁରୋପୀୟ ରାଷ୍ଟ୍ରସଂଘର ପ୍ରଥମ ରାଷ୍ଟ୍ର ଭାବେ ହ‌ଙ୍ଗେରି ସ୍ପୁଟନିକ୍‌ ଭି’କୁ ସ୍ବୀକୃତି ଦେଇଛି। ହଙ୍ଗେରିରେ ଜାତୀୟ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ୨୨ ଜାନୁଆରି ୨୦୨୧ରୁ ୧୦ ଜୁନ୍‌ ୨୦୨୧ ମଧ୍ୟରେ ଲୋକମାନେ ସ୍ପୁଟନିକ ଭି, ମଡୋର୍ଣ୍ଣା, ଫାଇଜର-ବାୟୋ‌ଏନ୍‌ଟେକ୍‌ , ସିନୋଫାର୍ମ ଏବଂ ଆଷ୍ଟ୍ରାଜେନେକାର ୨ଟି ଟିକା ନେଇଛନ୍ତି। ସ୍ପୁଟନିକ ଭି ଟିକା ନେଇଥିବା ୮,୨୦,୦୦୦ ଲୋକଙ୍କୁ ନେଇ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ସ୍ପୁଟନିକ୍‌ ଭି ମୃତ୍ୟୁ କବଳରୁ ସବୁଠୁ ଭଲ ସୁରକ୍ଷା ପ୍ରଦାନ କରୁଛି। ୧୬ରୁ ୪୪ ବର୍ଷ ବୟସ ବର୍ଗ ପାଇଁ ସ୍ପୁଟନିକ ଭି ୧୦୦ ପ୍ରତିଶତ ଫଳପ୍ରଦ ବୋଲି ଅଧ୍ୟୟନରୁ ଜଣାପଡ଼ିଛି।

The post କୋଭିଡ୍‌ ମୃତ୍ୟୁ ବିରୋଧରେ ସ୍ପୁଟନିକ-ଭି ୯୮% ଫଳପ୍ରଦ first appeared on Sambad.

from କରୋନା | Sambad https://ift.tt/3nTe5l6