ସିଙ୍ଗାପୁର: ସିଙ୍ଗାପୁରରେ ବର୍ତ୍ତମାନ କୋଭିଡ୍‌-୧୯ ମାମଲା ବୃଦ୍ଧି ପାଉଥିବା ବେଳେ ପିଲାଙ୍କୁ ଏକ ବିରଳ ଭୂତାଣୁ-ଏମ୍‌ଆଇଏସ୍‌-ସି (ମଲ୍ଟି-ସିଷ୍ଟମ୍ ଇନ୍‌ଫ୍ଲାମେଟୋରି ସିଣ୍ଡ୍ରୋମ୍) ସଂକ୍ରମଣ ହେଉଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଶନିବାର ଦେଶରେ ୩,୦୩୫ ନୂତନ କୋଭିଡ୍‌ ସଂକ୍ରମଣ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ୮୦୦୦ରୁ ଊର୍ଦ୍ଧ୍ବ ପେଡିଆଟ୍ରିକ୍ କୋଭିଡ୍‌ ମାମଲା ମଧ୍ୟରୁ ୪ ଜଣଙ୍କଠାରେ ଉକ୍ତ ବିରଳ ଭୂତାଣୁ ଚିହ୍ନଟ ହୋଇଥିବା ଦେଶର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏକ ରିପୋର୍ଟରେ ପ୍ରକାଶ କରିଛି। ଉକ୍ତ ଚାରିଜଣ ପିଲାଙ୍କ ବୟସ ଦୁଇ ମାସରୁ ୮ ବର୍ଷ ଭିତରେ ରହିଛି। ଅକ୍ଟୋବର ଓ ନଭେମ୍ବର ମାସରେ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ୪ ବର୍ଷର ଶିଶୁ ଆସିୟୁରେ ରହିଛି ଏବଂ ଭେଣ୍ଟିଲେଟର ସାହାଯ୍ୟରେ ପ୍ରଶ୍ବାସ ନେଉଛି। ଜଣେ ସାଧାରଣ ୱାର୍ଡରେ ଥିବା ବେଳେ ଆଉ ଦୁଇଜଣଙ୍କୁ ଘରକୁ ଛଡ଼ାଯାଇଛି।

ମେ ୨୦୨୦ରେ ହୋଇଥିବା ଏକ ଅନ୍ତର୍ଜାତୀୟ ରିଭ୍ୟୁ ଅନୁଯାୟୀ କୋଭିଡ୍‌-୧୯ ସଂକ୍ରମିତ ୧୦,୦୦୦ ପିଲାଙ୍କ ଭିତରୁ ୧୪ ଜଣଙ୍କୁ ଏମ୍‌ଆଇଏସ୍‌-ସି ହେବାର ସମ୍ଭାବନା ଥାଏ। ଏହା ବିଭିନ୍ନ ଭୂତାଣୁ ଓ ଜୀବାଣୁ ସଂକ୍ରମଣ ଯୋଗୁ ହେଉଥିବା କାୱାସାକି ରୋଗର ଅନୁରୂପ, ଯାହା ବର୍ଷକୁ ସିଙ୍ଗାପୁରର ୧୫୦ରୁ ୨୦୦ ପିଲାଙ୍କୁ ହୋଇଥାଏ। ସିଙ୍ଗାପୁରରେ ଏପର୍ଯ୍ୟନ୍ତ ମୋଟ ୨୧୫,୭୮୦ କୋଭିଡ୍‌ ସଂକ୍ରମଣ ହୋଇଥିବା ବେଳେ ୪୮୦ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡ଼ିଛି।

The post ସିଙ୍ଗାପୁରରେ ୩,୦୩୫ ନୂତନ କୋଭିଡ୍‌ ମାମଲା: ୪ ପିଲାଙ୍କୁ ବିରଳ ଭୂତାଣୁ-ଏମ୍‌ଆଇଏସ୍‌-ସି ସଂକ୍ରମଣ first appeared on Sambad.

from କରୋନା | Sambad https://ift.tt/31Gb3YM