
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଏବେ ନିୟନ୍ତ୍ରଣରେ ରହିଛି ଏବଂ ପାର୍ବଣ ଋତୁ ସତ୍ତ୍ବେ ଦୈନିକ ସଂକ୍ରମଣ କମିବା ଆଶ୍ବସ୍ତିର କାରଣ ହୋଇଛି। ଗତ ୨୪ ଘଣ୍ଟାରେ ୧୦,୮୫୩ ଜଣ କୋଭିଡ୍ ସଂକ୍ରମିତ ହୋଇଥିବା ବେଳେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା କମି ୧,୪୪,୮୪୫ରେ ପହଞ୍ଚିଛି। ବିଗତ ୨୬୦ ଦିନରେ ଏହା ସବୁଠାରୁ କମ୍ ସକ୍ରିୟ ମାମଲା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ ଗତ ୨୪ ଘଣ୍ଟାରେ ଦେଶରେ ୫୨୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ ଆଜି ପର୍ଯ୍ୟନ୍ତ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୪,୬୦,୭୯୧ରେ ପହଞ୍ଚିଛି। କୋଭିଡ୍ରୁ ସୁସ୍ଥ ହେଉଥିବା ଲୋକଙ୍କ ଜାତୀୟ ହାର ୯୮.୨୪ ପ୍ରତିଶତ ରହିଥିବା ଆଜିର ରିପୋର୍ଟରୁ ଜଣାପଡ଼ିଛି। ସଂକ୍ରମଣର ଦୈନିକ ହାର ୧.୧୮ ପ୍ରତିଶତ ଥିବା ବେଳେ ବିଗତ ୩୪ ଦିନ ଧରି ଏହା ୨ ପ୍ରତିଶତରୁ ତଳେ ରହିଛି। ସାପ୍ତାହିକ ସଂକ୍ରମଣ ହାର ୧.୨୮ ପ୍ରତିଶତ ଥିବା ବେଳେ ଗତ ୪୪ ଦିନ ଧରି ଏହା ଦୁଇ ପ୍ରତିଶତରୁ କମ୍ ରହିବା ଆଶ୍ବସ୍ତିର କାରଣ ହୋଇଛି। ଆଜି ସୁଦ୍ଧା ଦେଶବ୍ୟାପୀ କରୋନା ନିରାକରଣ ଅଭିଯାନରେ ୧୦୮.୨୧ କୋଟି ଟିକା ଡୋଜ୍ ପ୍ରଦାନ କରାଯାଇଛି ଏବଂ ରାଜ୍ୟମାନଙ୍କ ପାଖରେ ଏବେ ବି ୧୫ କୋଟିରୁ ଅଧିକ ଟିକା ମହଜୁଦ ରହିଛି।
The post ୨୬୦ ଦିନରେ ସବୁଠାରୁ କମ୍ ସକ୍ରିୟ ମାମଲା: ଦେଶରେ ୧୦୮.୨୧ କୋଟି ଟିକା ଡୋଜ୍ ଦିଆଗଲାଣି first appeared on Sambad.from କରୋନା | Sambad https://ift.tt/31GxjSn
0 Comments