ବେଙ୍ଗାଲୁରୁ: ଦିନକ ପୂର୍ବରୁ କରୋନାଭାଇରସ୍‌ଦ୍ବାରା ସଂକ୍ରମିତ ହୋଇଥିବା ୬୬ ଜଣ କର୍ମଚାରୀ ଓ ଛାତ୍ରଙ୍କ ସଂଖ୍ୟା ୧୮୨ରେ ପହଞ୍ଚିବାରୁ କର୍ଣ୍ଣାଟକର ଧାରୱାଡ୍‌ସ୍ଥିତ ଏକ ମେଡିକାଲ୍‌ କଲେଜ ସମ୍ପ୍ରତି ‘କୋଭିଡ୍-୧୯ କ୍ଲଷ୍ଟର୍‌’ ବା ‘ସୁପର୍‌-ସ୍ପ୍ରେଡର୍‌’ ପାଲଟି ଯାଇଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

ସଂକ୍ରମିତମାନଙ୍କ ମଧ୍ୟରୁ ଅଧିକାଂଶ କରୋନାଭାଇରସ୍‌ର ୨ ଡୋଜ୍‌ ଲେଖାଏଁ ଟିକା ନେଇଥିଲେ। ସରକାରୀ ଅଧିକାରୀମାନେ କହିଛନ୍ତି କି, ଅଳ୍ପ ଦିନ ତଳେ କଲେଜ ମଧ୍ୟରେ ଆୟୋଜିତ ‘ଫ୍ରେସର୍ସ ପାର୍ଟି’ ହେତୁ ସଂକ୍ରମଣ ବ୍ୟାପିଛି।

ଏଭଳି ସଦ୍ୟ ସଂକ୍ରମଣରେ କ‌ୌଣସି ନୂଆ ‘ଭେରିଆଣ୍ଟ୍‌’ ଅଛି କି, ନାହିଁ ଯାଞ୍ଚ କରିବା ନିମନ୍ତେ ‘ଜିନୋମ୍‌ ସିକ୍ବେନ୍ସିଙ୍ଗ୍‌’ ପାଇଁ ସଂକ୍ରମିତ ବ୍ୟକ୍ତିମାନଙ୍କ ନମୁନା ପଠାଯାଇଛି।

Image Courtesy of NDTV

ଧାରୱାଡ୍‌ସ୍ଥିତ ‘ଏସ୍‌ଡିଏମ୍‌ କଲେଜ୍‌ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍‌’ରେ ଆୟୋଜିତ ପାର୍ଟି ପରେ ୩୦୦ରୁ ଊର୍ଦ୍ଧ୍ବ ଶିକ୍ଷାର୍ଥୀଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଡୋଜ୍‌ ଲେଖାଏଁ ଟିକା ନେଇଥିବା ୬୬ଜଣଙ୍କ ରିପୋର୍ଟ ଗତକାଲି ପଜିଟିଭ୍ ଆସିଥିବା ଜଣାପଡ଼ିଥିଲା।

ସଂକ୍ରମିତମାନଙ୍କୁ କଲେଜ୍‌ ପରିସର ମଧ୍ୟରେ ‘କ୍ବାରେଣ୍ଟିନ୍‌’ରେ ରଖାଯାଇଛି। ଏହାଛଡ଼ା, ସତର୍କତାମୂଳକ ପଦକ୍ଷେପସ୍ବରୂପ ଦୁଇଟି ଛାତ୍ରାବାସକୁ ‘ସିଲ୍‌’ କରିଦିଆଯାଇଛି।

ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସେ କଲେଜ ଓ ହସ୍ପିଟାଲ୍‌ର ୩୦୦୦ ରୁ ଅଧିକ କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ନମୁନା ପରୀକ୍ଷା କରାଇବ।

The post କୋଭିଡ୍‌-୧୯ ‘ସୁପର୍‌-ସ୍ପ୍ରେଡର୍‌’ ପାଲଟିଲା କର୍ଣ୍ଣାଟକ ମେଡିକାଲ୍‌ କଲେଜ୍‌ ପାର୍ଟି: ଦିନକ ପୂର୍ବରୁ ୬୬ ଥିବା ସଂକ୍ରମଣ ସଂଖ୍ୟା ୧୮୨କୁ ବୃଦ୍ଧି first appeared on Sambad.

from କରୋନା | Sambad https://ift.tt/3nT0jPu