ଏଯାବତ୍ ରାଜ୍ୟରେ ୪ କୋଟି ୨୫ ଲକ୍ଷ ଡୋଜ କୋଭିଡ ଟିକା ଦିଆଯାଇଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪ କୋଟି ୨୫ ଲକ୍ଷ ଡୋଜ କୋଭିଡ ଟିକା ଦିଆଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୪ କୋଟି ୨୫ ଲକ୍ଷ ଡୋଜ କୋଭିଡ ଟିକା ମଧ୍ୟରୁ ୮୫ ପ୍ରତିଶତ ପ୍ରଥମ ଡୋଜ। ୪୬ ପ୍ରତିଶତ ହେଉଛି ଦ୍ବିତୀୟ ଡୋଜ। ଶିଶୁଙ୍କୁ ଟିକାକରଣରେ ଦେଶର ଏକ ନମ୍ବର ରାଜ୍ୟ ହେଲା ଓଡ଼ିଶା। ରାଜ୍ୟର ୯୦.୫ ପ୍ରତିଶତ ଶିଶୁ ନେଇଛନ୍ତି ଉଭୟ ଟିକା।ରାଜ୍ୟରେ ଟିକାକରଣକୁ ମଧ୍ୟ ପ୍ରଶଂସା କରିଛି କେନ୍ଦ୍ର। କେନ୍ଦ୍ରର ଯୁଗ୍ମ ସଚିବ ଗାୟତ୍ରୀ ମିଶ୍ର ଓଡ଼ିଶାରେ ଟିକାକରଣ ବୁଲି ଦେଖିଛନ୍ତି।

ସେହିଭଳି ୯୨.୨ ପ୍ରତିଶତ ହୋଇଛି ଆନୁଷ୍ଠାନିକ ପ୍ରସବ। ଜାତୀୟ ପରିବାର ସ୍ଵାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟରେ ଏହା ଦର୍ଶାଯାଇଛି। ଶିଶୁ ମୃତ୍ୟୁ ହାର କମାଇବାରେ ମଧ୍ୟ ଓଡ଼ିଶା ୧ନମ୍ବର ହୋଇଛି ବୋଲି କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

The post ଏଯାବତ୍ ରାଜ୍ୟରେ ୪ କୋଟି ୨୫ ଲକ୍ଷ ଡୋଜ କୋଭିଡ ଟିକା ଦିଆଯାଇଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/316fXy9

Post a Comment

0 Comments