ନୂଆଦିଲ୍ଲୀ : ୨୬୬ ଦିନରେ ଦେଶରେ ସବୁଠୁ କମ୍‌ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ୧୦,୧୨୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୩୩୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲା ୧୧.୬ ପ୍ରତିଶତ ହ୍ରାସ ହୋଇଛି। ଦେଶରେ ସକ୍ରିୟ ମାମଲା ୧,୪୦,୬୩୮। ଏହା ୨୬୩ ଦିନରେ ସବୁଠୁ କମ୍‌ । ଗତ ୨୪ ଘଣ୍ଟାରେ ୧୧,୯୮୨ ଜଣ କରୋନାରୁ ସୁସ୍ଥ ହେବା ସହ ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୩,୩୭,୭୫,୦୮୬ରେ ପହଞ୍ଚିଛି। ଦେଶରେ ଆରୋଗ୍ୟ ହାର ଏବେ ୯୮.୨୫ ପ୍ରତିଶତ ଥିବା ବେଳେ ମୋଟ୍‌ ମୃତ୍ୟୁସଂଖ୍ୟା ୪,୬୧,୩୮୯। ୫ ରାଜ୍ୟ ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ମିଜୋରାମ ଏବଂ ପଶ୍ଚିମବଙ୍ଗରେ ୮୨ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି। କେରଳରେ କେବଳ ୫୩.୩୭ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। କେରଳରେ ସର୍ବାଧିକ ୨୬୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା‌ବେଳେ ମହାରାଷ୍ଟ୍ରରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଦୈନିକ ପଜିଟିଭ୍‌ ହାର ଏବେ ୦.୯୩ ପ୍ରତିଶତ। ଅଛି ଏବଂ ଲଗାତାର ୩୬ ଦିନ ଧରି ଦେଶରେ ଦୈନିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହିଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍‌ ହାର ୧.୨୫ ପ୍ରତିଶତ ରହିଛି ଲଗାତାର ୪୬ ଦିନ ଧରି ସାପ୍ତାହିକ ପଜିଟିଭ୍‌ ହାର ୨ ପ୍ରତିଶତ ତଳେ ରହିବା ଅଶ୍ବସ୍ତିର କାରଣ ହୋଇଛି।

The post ୨୬୬ ଦିନରେ ସବୁଠୁ କମ୍‌ ସଂକ୍ରମଣ: ୫ ରାଜ୍ୟରେ ୮୨% ମାମଲା first appeared on Sambad.

from କରୋନା | Sambad https://ift.tt/3wzWBNs