
ନୂଆଦିଲ୍ଲୀ: କରୋନା ଭାଇରସ୍ ମହମାରୀର ମୁକାବିଲା ପାଇଁ ଭାରତରେ ଦୁଇଟି ଟିକା ପ୍ରସ୍ତୁତ ହୋଇଥିବା ବେଳେ ସେଥିରୁ ଗୋଟିଏ ହେଉଛି ସଂପୂର୍ଣ୍ଣ ସ୍ବଦେଶୀ କୋଭାକ୍ସିନ। ଏହି ଟିକାକୁ ହାଇଦରାବାଦର ଭାରତ ବାୟୋଟେକ୍ ସଂସ୍ଥା ପ୍ରସ୍ତୁତ କରିଛି। ଅନ୍ୟଟି ହେଉଛି କୋଭିସିଲ୍ଡ ଟିକା ଯାହାକୁ ଅକ୍ସଫୋର୍ଡ ଏବଂ ଏଷ୍ଟ୍ରାଜେନେକା ବିକାଶ କରିଛି ଏବଂ ଭାରତୀୟ ସଂସ୍ଥା ସିରମ୍ ଇନ୍ଷ୍ଟିଚ୍ୟୁଟ ଏହାର ଉତ୍ପାଦନ କରୁଛି । ଆଜି ପର୍ଯ୍ୟନ୍ତ ଏହି ଟିକାକୁ ବିଶ୍ବର ୯୬ଟି ରାଷ୍ଟ୍ର ମଂଜୁରି ଦେଇସାରିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଯେଉଁ ୮ଟି ଟିକାକୁ ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଇଛି ସେଥିରେ ଭାରତରେ ପ୍ରସ୍ତୁତ କୋଭାକ୍ସିନ ଏବଂ କୋଭିସିଲ୍ଡ ମଧ୍ୟ ରହିଛି।
ଦେଶରେ ଟିକାକରଣ ବେଶ୍ ସଫଳତାର ସହ ଆଗକୁ ବଢ଼ୁଛି ଏବଂ ଆଜି ସୁଦ୍ଧା ୧୦୯ କୋଟି ଟିକା ଡୋଜ୍ ଦିଆସରିଲାଣି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି। ଗତକାଲି ଦେଶରେ ୪୮ ଲକ୍ଷ ୭୩ ହଜାର କୋଭିଡ୍ ଟିକା ଡୋଜ୍ ପ୍ରଦାନ କରାଯାଇଥିବା ବେଳେ ଆଜି ସୁଦ୍ଧା ୭୪ କୋଟି ୪୯ ଲକ୍ଷ ୭୮ ହଜାର ଲୋକ ଟିକାର ପ୍ରଥମ ଡୋଜ୍ ନେଇସାରିଛନ୍ତି ଏବଂ ୩୫ କୋଟି ୭୦ ହଜାର ଲୋକ ଉଭୟ ଡୋଜ୍ ନେଇସାରିଛନ୍ତି। ରାଜ୍ୟମାନଙ୍କ ପାଖରେ ୧୫.୯୨ କୋଟି ଡୋଜ୍ ମହଜୁଦ୍ ଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଦେଶରେ ଟିକାକରଣ ଅଭିଯାନ ଜାନୁଆରି ୧୬ ତାରିଖରେ ଆରମ୍ଭ ହୋଇଥିଲା।
The post କୋଭାକ୍ସିନ ଏବଂ କୋଭିସିଲ୍ଡକୁ ୯୬ ରାଷ୍ଟ୍ରର ମାନ୍ୟତା: ଦେଶରେ ୧୦୯ କୋଟିରୁ ଅଧିକ ଡୋଜ୍ ଦିଆଗଲାଣି first appeared on Sambad.from କରୋନା | Sambad https://ift.tt/3F0YkOJ
0 Comments