
ନୂଆଦିଲ୍ଲୀ: କୋଭିଡ୍-୧୯ର ଭୂତାଣୁ ସାର୍ସ-କୋଭ୍-୨ର ସବୁଠାରୁ ମାରାତ୍ମକ ଭାରିଆଣ୍ଟ ହେଉଛି ଡେଲ୍ଟା । ଏହି ଭାରିଆଣ୍ଟ ପାଇଁ ଅନେକ ପ୍ରକାର ଚିକିତ୍ସା କାଟୁ କରୁ ନାହିଁ। ଏପରିକି ଦୁଇ ଡୋଜ୍ ଟିକା ନେଇଥିବା ଲୋକଙ୍କୁ ମଧ୍ୟ ଏହା ସଂକ୍ରମଣ କରୁଛି। କିନ୍ତୁ ସମ୍ପ୍ରତି ଏହି ଡେଲ୍ଟା ଭାରିଆଣ୍ଟର ମୁକାବିଲା କରିବା ପାଇଁ ବୈଜ୍ଞାନିକମାନେ ଏକ ସମ୍ପୂର୍ଣ୍ଣ ଉଦ୍ଭିଜ୍ଜ ଭୂତାଣୁନାଶକ (ଆଣ୍ଟିଭାଇରାଲ) ଆବିଷ୍କାର କରିଛନ୍ତି।
ଇଂଲଣ୍ଡ ନଟିଂହାମ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଗବେଷଣା କରି ଏହି ସଫଳତା ପାଇଛନ୍ତି। ସେମାନେ ଏକ ଉଦ୍ଭିଦରୁ ଏହି ଆଣ୍ଟିଭାଇରାଲ ଔଷଧ ପ୍ରସ୍ତୁତ କରିଛନ୍ତି ଯାହା ଡେଲ୍ଟା ଭାରିଆଣ୍ଟ ଜନିତ କୋଭିଡ୍-୧୯ର ପ୍ରଭାବକୁ ଅନେକାଂଶରେ କମେଇଦେଇ ପାରୁଛି। ଏହି ନୂତନ ଔଷଧର ନାଁ ରଖାଯାଇଛି ଥାପ୍ସିଗାର୍ଗିନ୍ (ଟିଜି)। ଏହା ଡେଲ୍ଟା ସମେତ ସବୁପ୍ରକାର କରୋନା ଭୂତାଣୁ ବିରୋଧରେ କାମ କରିବା ସହ ଅନ୍ୟାନ୍ୟ ଭୂତାଣୁ ପାଇଁ କାମ କରୁଛି। ତେଣୁ ଭବିଷ୍ୟତରେ ଯଦି ନୂଆ ପ୍ରକାର କରୋନା ଭୂତାଣୁ ଦେଖାଯାଏ, ତାହା ବିରୋଧରେ ମଧ୍ୟ ଏହା କାମ କରିବ ବୋଲି ଆଶା କରାଯାଉଛି।
The post ନଟିଂହାମ୍ ବିଶ୍ବବିଦ୍ୟାଳୟ ବୈଜ୍ଞାନିକଙ୍କ ସଫଳତା first appeared on Sambad.from କରୋନା | Sambad https://ift.tt/30UJ1Ip
0 Comments