ଭୁବନେଶ୍ୱର: ରାଜ୍ୟରେ ଆଜି ୩୬୯ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୦ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୫୬୬ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୪୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ମୟୂରଭଂଜ ଜିଲ୍ଲାରୁ ୧୯, ଜଗତସିଂହପୁର, ଯାଜପୁର, ପୁରୀରୁ ୧୩-୧୩ ଜଣ, ସୁନ୍ଦରଗଡ଼ରୁ ୯ ଜଣ, କେନ୍ଦ୍ରାପଡ଼ାରୁ ୮, ଭଦ୍ରକ, ସମ୍ବଲପୁରରୁ ୭-୭ ଓ ଢେଙ୍କାନାଳରୁ ୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡ଼ରୁ ୪, ଝାରସୁଗୁଡ଼ାରୁ ୩, ବାଲେଶ୍ୱର, ଗଂଜାମ, କେରାପୁଟ, ନୟାଗଡ଼ରୁ ୨-୨, ଅନୁଗୁଳ, ବଲାଙ୍ଗୀର, କଳାହାଣ୍ଡି, କେନ୍ଦୁଝର, ନୂଆପଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୪୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୩୬୯ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୦ first appeared on Sambad.

from କରୋନା | Sambad https://ift.tt/3bQAf0n