ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୩୬୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ସେହିପରି କରୋନାରେ ପ୍ରାଣ ହରାଇଥିବା ଆଉ ୪ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛନ୍ତି ସରକାର। ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁଗଳ ଜିଲ୍ଲାରୁ ୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ୧ ଜଣ ଓ ପୁରୀ ଜିଲ୍ଲାରୁ ଜଣେ କରୋନା ସଂକ୍ରମିତଙ୍କ ପ୍ରାଣହାନି ଘଟିଛି। ଖୋର୍ଦ୍ଧା ଜିଲ୍ଲାର ଯେଉଁ ୨ ଜଣ ମୃତ୍ୟୁବରଣ କରିଛନ୍ତି, ସେମାନେ ହେଲେ ଭୁବନେଶ୍ବରର ଜଣେ ୮୪ ବର୍ଷିୟ ଓ ଆଉଜଣେ ୫୧ ବର୍ଷିୟ ପୁରୁଷ। ଅପରପକ୍ଷରେ ପୁରୀର ଜଣେ ୫୦ ବର୍ଷୀୟା ମହିଳା ଓ ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷୀୟା ମହିଳା ଅଛନ୍ତି।
The post ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ଜଣ ସଂକ୍ରମିତଙ୍କ ପ୍ରାଣହାନି: କରୋନାଜନିତ ମୃତ୍ୟୁସଂଖ୍ୟା ୮୩୬୧କୁ ବୃଦ୍ଧି first appeared on Sambad.from କରୋନା | Sambad https://ift.tt/3kfaprD
0 Comments