ନୂଆଦିଲ୍ଲୀ : ଲଗାତାର ୨ ଦିନ ଧରି ଦେଶରେ କରୋନା ମୃତ୍ୟୁ ୫୦୦ରୁ ଅଧିକ ରହିଛି। ଗତକାଲି ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୦୧ ଥିବାବେଳେ ଆଜି ୫୫୫ ରହିଛି। କେରଳରେ ସର୍ବାଧିକ ୪୭୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି। ଶେଷ ଥର ପାଇଁ ଅକ୍ଟୋବର ୨୯ ତାରିଖରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୮୦୫ ଥିଲା‌। ତେବେ କେରଳ ଏହାର ପୂର୍ବ କରୋନା ମୃତ୍ୟୁକୁ ସାମିଲ କରିବାଦ୍ବାରା ‌ଦେଶରେ ଅଚାନକ ମୃତ୍ୟୁ ବଢ଼ିଥିଲା। ଅନ୍ୟପକ୍ଷେ ଦେଶରେ ଗତ ୨୪ ଘଣ୍ଟାରେ ୧୧,୮୫୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୩,୪୪,୨୬,୦୩୬ରେ ପହଞ୍ଚିଛି ଏବଂ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୪,୬୩,୨୪୫ ରହିଛି। ଦେଶରେ ସକ୍ରିୟ ମାମଲା ୧,୩୬,୩୦୮ ଥିବା ବେଳେ ଏହା ୨୭୪ ଦିନରେ ସବୁଠାରୁ କମ୍‌। ଲଗାତାର ୩୬ ଦିନ ଧରି ଦେଶରେ ଦୈନିକ ସଂକ୍ରମଣ ମାମଲା ୨୦ ହଜାର ତଳେ ରହିଛି। ଅନ୍ୟପକ୍ଷେ ୧୩୯ ଦିନ ଧରି ଦେଶରେ ଦୈନିକ ନୂଆ ମାମଲା ୫୦ ହଜାର ତଳେ ରହିଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୪୦ ପ୍ରତିଶତ। ଜାତୀୟ ଆରୋଗ୍ୟ ହାର ଏବେ ୯୮.୨୬ ପ୍ରତିଶତ ଥିବା ବେଳେ ଦେଶରେ ଦୈନିକ ପଜିଟିଭ୍‌ ହାର ୦.୯୪ ପ୍ରତିଶତ।

The post ୨ଦିନ ଧରି ଦେଶରେ କରୋନା ମୃତ୍ୟୁ ୫୦୦ରୁ ଅଧିକ first appeared on Sambad.

from କରୋନା | Sambad https://ift.tt/3Dearrd