
ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦେଇଥିବା ସୂଚନା ଅନୁସାରେ କୋଭିଡ୍-୧୯ ଟିକା ନେବା ପାଇଁ ବୟସ ଦୃଷ୍ଟିରୁ ଯୋଗ୍ୟ ଭାରତୀୟମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଅନ୍ତତଃ ଗୋଟିଏ ଡୋଜ୍ ଟିକା ନେଇଥିବା ବେଳେ ୩୮ ପ୍ରତିଶତ ଉଭୟ ଡୋଜ୍ ଟିକା ନେଇସାରିଛନ୍ତି। ଏବେ ‘ହର ଘର ଦସ୍ତକ’ (ଘରେ ଘରେ ଟିକା) ଅଭିଯାନ ଚାଲିଥିବା ବେଳେ ଏକ ଭାବବିନିମୟ ୱେବିନାରରେ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ମନୋହର ଅଗ୍ନାନି କହିଛନ୍ତି ଯେ, ନଭେମ୍ବର ୩୦ ସୁଦ୍ଧା ଯେପରି ୯୦ ପ୍ରତିଶତ ଯୋଗ୍ୟ ଭାରତୀୟ ପ୍ରଥମ ଡୋଜ୍ ନେବେ ସେହି ଲକ୍ଷ୍ୟରେ କାମ ଚାଲିଛି।
ତା’ଛଡ଼ା ଯେଉଁ ଲୋକମାନେ ପ୍ରଥମ ଡୋଜ୍ ନେଇସାରିବା ପରେ ଦ୍ବିତୀୟ ଡୋଜ୍ ନେବାର ସମୟ ହୋଇଗଲାଣି ବା ଗଡ଼ିଗଲାଣି, ସେମାନଙ୍କୁ ମଧ୍ୟ ଏହି ଅବଧିରେ ଦ୍ବିତୀୟ ଡୋଜ୍ ଦେବାର ଲକ୍ଷ୍ୟ ରଖାଯାଇଛି। ଘର ଘର ବୁଲି କୋଭିଡ୍ ଟିକା ଦେବା ପାଇଁ ସରକାର ନିକଟରେ ମାସ-ବ୍ୟାପୀ ହର ଘର ଦସ୍ତକ ଅଭିଯାନ ଆରମ୍ଭ କରିଛନ୍ତି। ଯେଉଁମାନେ ଏ ଯାଏ ଆଦୌ ଟିକା ନେଇନାହାନ୍ତି ଏବଂ ଯେଉଁମାନଙ୍କ ଦ୍ବିତୀୟ ଡୋଜ୍ ନେବାର ସମୟ ଗଡ଼ିଗଲାଣି ସେମାନଙ୍କୁ ଟିକା ଦେବା ଲାଗି ଏହି ଅଭିଯାନ ଆରମ୍ଭ ହୋଇଛି। କେତେକ ରାଜ୍ୟରେ ଶତପ୍ରତିଶତ ବୟସ୍କ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି। କିନ୍ତୁ ପ୍ରାୟ ୧୨ କୋଟି ବୟସ୍କ ଲୋକଙ୍କର ଦ୍ବିତୀୟ ଡୋଜ୍ ନେବାର ସମୟ ହୋଇଯାଇଥିଲେ ମଧ୍ୟ ସେମାନେ ନେଇନାହାନ୍ତି।
The post ୮୦% ଯୋଗ୍ୟ ଭାରତୀୟ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି first appeared on Sambad.from କରୋନା | Sambad https://ift.tt/3wHJcD0
0 Comments