
ଭୁବନେଶ୍ୱର: ପୁଣି ବିଦେଶରେ ବଢ଼ିବାରେ ଲାଗିଛି କୋଭିଡ ସଂକ୍ରମଣ | ଆଉ ଏହାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ କୋଭିଡର ଡର କମ୍ୟୁନିଟି ମଧ୍ୟରେ ରହିବା ଅଵଶ୍ୟକ। କାରଣ ଅନେକ ଦେଶରେ କମ ଧରଣର ଟିକାକରଣ ସହ ଲୋକଙ୍କ ଏକଜୁଟ ପାଇଁ ସଂକ୍ରମଣ ବଢୁଛି । ରାଜ୍ୟରେ କରୋନା ସଂକ୍ରମଣ କମ ରହିଥିଲେ ମଧ୍ୟ ବିଦେଶରେ ସଂକ୍ରମଣ ବଢିବା ଆରମ୍ଭ କଲାଣି।
ଯାହାକି କରୋନା ଆରମ୍ଭରୁ ଚାଇନା ଓ ୟୁରୋପ ଦେଶମାନଙ୍କରେ ପ୍ରଥମେ ଆରମ୍ଭ ହୋଇ ଭାରତକୁ କରୋନା ଭୂତାଣୁ ଆସିଲା। ତେବେ ଦେଶରେ ସଂକ୍ରମଣ କମ ଥିବା ବେଳେ ଏବେ ବି କରୋନା ପ୍ରତି ଡର ଭୟ କମ୍ୟୁନିଟି ମଧ୍ୟରେ ରହିବା ଆବଶ୍ୟକ। ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ପୁଣିଥରେ ସଂକ୍ରମଣ ବଢିବାକୁ ନେଇ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଲେଣି ଯେ ଯେଉଁଠାରେ ସଂକ୍ରମଣ ବଢୁଛି ସେଠାରେ କମ ଟିକାକରଣ, ଲୋକମାନଙ୍କ ସାମାଜିକ ଦୂରତା ନ ରହିବା ପ୍ରମୁଖ କାରଣ ହେଉଛି |
ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସର୍ଭିଲାନ୍ସ କଡାକଡି କରାଯାଉଛି, ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି | କରୋନା ନିୟମକୁ କଡାକଡି ପାଳନ କରିବାକୁ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି। ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ଦୁଇଟି ଡୋଜ ନିଅନ୍ତୁ। ଯଦି କୌଣସି କାରଣରୁ କିଛି ଲକ୍ଷଣ ଦେଖାଯାଏ ତେବେ ଟେଷ୍ଟ କରନ୍ତୁ। ନିଜେ ସୁରକ୍ଷିତ ରହିବା ସହ ଚାରି ପାଖରେ ଥିବା ଲୋକଙ୍କୁ ସୁରକ୍ଷିତ ରଖିପାରିବା।
The post କୋଭିଡର ଡର କମ୍ୟୁନିଟି ମଧ୍ୟରେ ରହିବା ଆବଶ୍ୟକ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ first appeared on Sambad.from କରୋନା | Sambad https://ift.tt/3qJjUn7
0 Comments