
ଭୁବନେଶ୍ୱର: ଆଜି ରାଜ୍ୟରେ ୧୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୩୫ ଜଣ ଥିବାବେଳେ ୧୦୯ ଜଣ ସଙ୍ଗରୋଧରୁ ଓ ୭୬ ଜଣ ସ୍ଥାନୀୟ ସଂକ୍ରମଣରୁ ବୋଲି ଜଣାପଡିଛି | ୧୮୫ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬, କଟକରୁ ୧୪, ସମ୍ବଲପୁରରୁ ୧୮, ମୟୁରଭଞ୍ଜରୁ ୧୨, ଷ୍ଟେଟପୁଲରୁ ୧୮ ଜଣ ରହିଛନ୍ତି |
Covid-19 Report For 14th November
New Positive Cases: 185
Of which 0-18 years: 35
In quarantine: 109
Local contacts: 76(Details of local contacts will be shared by concerned District)
1. Balasore: 9
2. Bhadrak: 2
3. Boudh: 2
4. Cuttack: 14
5. Deogarh: 2
6. Dhenkanal: 1— I & PR Department, Odisha (@IPR_Odisha) November 15, 2021
ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୬୫୬ ହୋଇଥିଵାବେଳେ ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୩୪ ହଜାର ୫୦୫ ଜଣ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ୨୭୧୯ଟି ସକ୍ରିୟ ମାମଲା ରହିଛି |
ସେହିପରି ଆଜି ରାଜ୍ୟରେ କରୋନା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ଘଟିଛି | ମୃତକଙ୍କ ମଧ୍ୟରେ ଜଣେ ଭୁବନେଶ୍ୱରର ୬୬ ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ ଖୋର୍ଦ୍ଧାର ୫୯ ବର୍ଷୀୟ ପୁରୁଷ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |
The post ରାଜ୍ୟରେ ଆଜି ୧୮୫ ଜଣ କରୋନା ପଜିଟିଭ ଚିହ୍ନଟ, ୨ ଜଣଙ୍କର ମୃତ୍ୟୁ first appeared on Sambad.from କରୋନା | Sambad https://ift.tt/3qEef1C
0 Comments