ଭୁବନେଶ୍ୱର: ରାଜ୍ୟରେ ଆଜି ୧୫୧ ଜଣ ଆକ୍ରାନ୍ତ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୧୫୨ ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୧୨, ସମ୍ବଲପୁରରୁ ୭, ଯାଜପୁରରୁ ୬, ଜଗତସିଂହପୁରରୁ ୪, ଢେଙ୍କାନାଳ, କେନ୍ଦ୍ରାପଡ଼ାରୁ ୩-୩, ଝାରସୁଗୁଡ଼ା, ରାୟଗଡ଼ାରୁ ୨ ଜଣ ଲେଖାଏଁ, ଗଂଜାମ, ନୟାଗଡ଼, ସୁବର୍ଣ୍ଣପୁର, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୧୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୧୫୧ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨ first appeared on Sambad.

from କରୋନା | Sambad https://ift.tt/30VfMoU