ନୂଆଦିଲ୍ଲୀ: ଚୀନ୍‌ର ରାଷ୍ଟ୍ରପତି ‘ସି’ଙ୍କ (xi) ନାମ ଏଡ଼ାଇବାକୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଗ୍ରୀକ୍‌ ବର୍ଣ୍ଣମାଳାର ଦୁଇଟି ଅକ୍ଷର ବାଦ୍‌ ଦେଇ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା ‘ସାର୍ସ-କୋଭ୍‌-୨ ଭେରିଏଣ୍ଟ୍‌ ବି.୧.୧.୫୨୯’ର ନାଁ ‘ଓମାଇକ୍ରୋନ୍‌’ ରଖିଥିବା କଥା ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ଗ୍ରୀକ୍‌ ବର୍ଣ୍ଣମାଳା ଅନୁସାରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ‘କରୋନାଭାଇରସ୍‌ ଭେରିଏଣ୍ଟ୍‌’ର ନାମକରଣ କରେ। ସେହି ଅନୁସାରେ ‘ବି.୧.୧.୫୨୯’ର ନାଁ  ‘ନୁ’ (ଏନ୍‌ୟୁ) ହେବା କଥା। କିନ୍ତୁ, ତାହା ନ କରି ଶୁକ୍ରବାର ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଦକ୍ଷିଣ ଆଫ୍ରିକା ଏବଂ ବୋଟ୍‌ସ୍‌ୱାନାରେ ଚିହ୍ନଟ ‌ହୋଇଥିବା ନୂଆ ଷ୍ଟ୍ରେନ୍‌ର ନାମ ‘ଓମାଇକ୍ରୋନ୍‌ ଭେରିଏଣ୍ଟ୍‌’ ବୋଲି ଘୋଷଣା କରିଛି। ଏମିତି ନାମକରଣ କରିବାକୁ ଯାଇ ସେମାନେ ଗ୍ରୀକ୍‌ ବର୍ଣ୍ଣମାଳାର ଦୁଇଟି ଅକ୍ଷର ‘ନୁ’ (Nu) ଏବଂ  ‘ସି’ (Xi) ଛାଡ଼ି ଯାଇଛନ୍ତି। କିନ୍ତୁ, କାହିଁକି?

Image Courtesy of India Today

ହାର୍ଭାର୍ଡ ମେଡିକାଲ୍‌ ସ୍କୁଲ୍‌ର ଭେଷଜ ପ୍ରଧ୍ୟାପକ ତଥା ମହାମାରୀବିତ୍‌ ମାର୍ଟିନ୍‌ କୁଲ୍‌ଡ୍ରୋଫ୍‌ ଏ ସଂକ୍ରାନ୍ତରେ ଏକ ସମ୍ଭାବ୍ୟ କାରଣ ଦର୍ଶାଇଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି, ଭବିଷ୍ୟତରେ କୌଣସି କରୋନାଭାଇରସ୍‌ ଷ୍ଟ୍ରେନ୍‌ର ‘ସି’ ନାମକରଣ ଏଡ଼ାଇବାକୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଗ୍ରୀକ୍‌ ବର୍ଣ୍ଣମାଳାର ଦୁଇଟି ଅକ୍ଷର ଟପି ଆଗକୁ ଚାଲିଯାଇ ନୂତନ ଭେରିଏଣ୍ଟ୍‌ର ନାଁ ଦେଇଛି ‘ଓମାଇକ୍ରୋନ୍‌’।

The post ଚୀନ୍‌ ରାଷ୍ଟ୍ରପତିଙ୍କ ନାମ ଏଡ଼ାଇବାକୁ ଗ୍ରୀକ୍‌ ବର୍ଣ୍ଣମାଳାର ଦୁଇଟି ଅକ୍ଷର ଛାଡ଼ି କୋଭିଡ୍‌ ଭେରିଏଣ୍ଟ୍‌ର ନାଁ ‘ଓମାଇକ୍ରୋନ୍‌’ ରଖିଲା କି ‘ହୁ’? first appeared on Sambad.

from କରୋନା | Sambad https://ift.tt/3p3KEMC