ମୁମ୍ବାଇ: ଦକ୍ଷିଣ ଆଫ୍ରିକାରୁ ଆସି ମୁମ୍ବାଇରେ ପହଞ୍ଚୁଥିବା ଯାତ୍ରୀମାନଙ୍କୁ ‘କ୍ବାରେଣ୍ଟିନ୍‌’ରେ ରଖାଯିବ ବୋଲି ଆଜି ‘ବୃହନ୍‌ମୁମ୍ବାଇ ମହାନଗର ନିଗମ’ର ମେୟର୍‌କିଶୋରୀ ପେଦ୍‌ନେକର୍‌ ଘୋଷଣା କରିଛନ୍ତି।

ଦକ୍ଷିଣ ଆଫ୍ରିକା, ବୋଟ୍‌ସ୍‌ୱାନା, ହଙ୍ଗ୍‌କଙ୍ଗ୍‌ ଏବଂ ଇଜ୍ରାଏଲ୍‌ରେ କରୋନାଭାଇରସ୍‌ର ନୂଆ ‌‘ଷ୍ଟ୍ରେନ୍‌’ ‘ଓମାଇକ୍ରୋନ୍‌’ ଚିହ୍ନଟ ହେବା ପରେ ମେୟର୍ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଯଦି କୌଣସି ଯାତ୍ରୀ ପଜିଟିଭ୍ ବାହାରନ୍ତି, ତାଙ୍କର ‘ଜିନମ୍‌ ସିକ୍ବେନ୍‌ସିଙ୍ଗ୍‌’ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।

Image Courtesy of NDTV

ସେ କହିଛନ୍ତି, କରୋନାଭାଇରସ୍‌ର ନୂଆ ଭେରିଏଣ୍ଟ୍‌ ପାଇଁ ମୁମ୍ବାଇ ଚିନ୍ତିତ। ଦକ୍ଷିଣ ଆଫ୍ରିକାରୁ ଆସୁଥିବା ‘ପଜିଟିଭ୍‌’ ଯାତ୍ରୀମାନଙ୍କର ‘ଜିନମ୍‌ ସିକ୍ବେନ୍‌ସିଙ୍ଗ୍‌’ କରାଯିବ। କିନ୍ତୁ, ବିଦେଶକୁ ଯାଉଥିବା ବିମାନଗୁଡ଼ିକ ପାଇଁ କୌଣସି କଟକଣା ନାହିଁ। ଅତୀତର ଅଭିଜ୍ଞତାକୁ ଭିତ୍ତି କରି ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ଅନ୍ୟ ଦେଶମାନଙ୍କରେ କୋଭିଡ୍‌-୧୯ ବୃଦ୍ଧି ବିପଦ ଥିବାରୁ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କର ‘ଜି‌ନମ୍‌’ ପରୀକ୍ଷା କରାଯିବ। ନୂଆ ବିପତ୍ତିକୁ ରୋକିବା ଲାଗି ସାମାଜିକ ଦୂରତ୍ବ ବଜାୟ ରଖିବା ସହ ମାସ୍କ୍‌ ପିନ୍ଧିବା ପାଇଁ ସମସ୍ତଙ୍କୁ ମ‌ୋର ଅନୁରୋଧ।

The post ଦକ୍ଷିଣ ଆଫ୍ରିକାରୁ ଆସୁଥିବା ଲୋକେ ‘କ୍ବାରେଣ୍ଟିନ୍‌’ରେ ରହିବେ: ମୁମ୍ବାଇ ମେୟର୍‌ first appeared on Sambad.

from କରୋନା | Sambad https://ift.tt/3HYh1Vn