
ରାଇରଙ୍ଗପୁର/ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ଥିବା ଚମକପୁର ଆବାସିକ ଆଦିବାସୀ ବାଳିକା ବିଦ୍ୟାଳୟରେ ୨୬ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାଯାଇଛି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାର ଖବର ମିଳିଛି। ଶନିବାର ଉକ୍ତ ବିଦ୍ୟାଳୟକୁ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ କରଞ୍ଜିଆ ଉପଜିଲ୍ଲାପାଳ ଡ.ରଜନୀକାନ୍ତ ବିଶ୍ୱାଳଙ୍କ ସମେତ ସ୍ଥାନୀୟ ବିଡିଓ, ତହସିଲଦାର, ଡ଼ାକ୍ତରୀ ଟିମ ବିଦ୍ୟାଳୟରେ ପହଞ୍ଚିବେ। ସେଠାରେ ଜଣେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆକ୍ରାନ୍ତ ଛାତ୍ରୀମାନଙ୍କର ଚିକିତ୍ସା କରାଯିବା ସହ ସେଠାରେ ଏକ ଆମ୍ବୁଲାନ୍ସ ରହିବ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି।
ଆବାସିକ ବିଦ୍ୟାଳୟରେ ମୋଟ ୨୫୯ ଜଣ ଛାତ୍ରୀ ରହି ପାଠ ପଢ଼ୁଥିବା ବେଳେ ୨୦ ଜଣ କର୍ମଚାରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛିଦିନ ପୂର୍ବରୁ କେତେକ ଛାତ୍ରୀ ଅସୁସ୍ଥ ରହିବାରୁ ଗତ ଗୁରବାର ଦିନ ସେମାନଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୨ ଜଣ କରୋନା ପଜିଟିଭ ଥିବାର ଜଣା ଯାଇଥିଲା। ଶୁକ୍ରବାର ମଧ୍ୟ ୪ ଜଣ ଛାତ୍ରୀ କରୋନାରେ ଆକ୍ରାନ୍ତ ଥିବା ପରୀକ୍ଷାରୁ ଜଣାପଡ଼ିବା ପରେ ଶୁକ୍ରବାର ସୁଦ୍ଧା ମୋଟ ୨୬ ଜଣ ଛାତ୍ରୀ ଆକ୍ରାନ୍ତ ଥିବାର ଜଣା ପଡ଼ିଛି। ୧୫ ଜଣଙ୍କ ସ୍ଵାବ ଟେଷ୍ଟ ପାଇଁ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି। ସମସ୍ତ ଚିହ୍ନଟ ଆକ୍ରାନ୍ତମାନଙ୍କୁ ବିଦ୍ୟାଳୟ ପରିସରରେ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି। କରୋନା ପଜିଟିଭ ବାହାରିବା ପରେ ଅନ୍ୟ ଛାତ୍ରୀ ଓ ଅଭିଭାବକମାନେ ଆଶଙ୍କା ମଧ୍ୟରେ ରହିଛନ୍ତି।
The post ଚମକପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟରେ ୨୬ ଜଣ ଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ first appeared on Sambad.
from କରୋନା | Sambad https://ift.tt/32wrSFP
0 Comments