ନୂଆଦିଲ୍ଲୀ: ନଭେମ୍ବର ୨୨ ସୁଦ୍ଧା ଭାରତ ପ୍ରାୟ ୭ କୋଟି ୭ ଲକ୍ଷ କୋଭିଡ୍‌-୧୯ ଟିକା ୯୫ଟି ଦେଶକୁ ପ୍ରଦାନ କରିଛି ଏବଂ ସେଥିମଧ୍ୟରୁ ଭାରତ ସରକାର ୪୭ଟି ଦେଶକୁ ୧.୨୭ କୋଟି ଡୋଜ ଟିକା ଯୋଗାଇ ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଶୁକ୍ରବାର କହିଛନ୍ତି। ଅବଶିଷ୍ଟ ୫.୮ କୋଟି ଟିକା ଡୋଜ୍ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏହାର ବାଣିଜ୍ୟିକ ଏବଂ କୋଭାକ୍ସ ଦାୟିତ୍ବ ଅନୁଯାୟୀ ଯୋଗାଇ ଦେଇଛି।

୯ମ ବ୍ରିକ୍ସ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିବା ଭାରତର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ସିଂହ ଗ୍ଲୋବାଲ ଇନୋଭେସନ୍ ଇଣ୍ଡେକ୍ସରେ ବ୍ରିକ୍ସ (ବ୍ରାଜିଲ, ରୁଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକା) ଦେଶଗୁଡ଼ିକ ଏକ ଉପଯୁକ୍ତ ସ୍ଥାନ ହାସଲ କରିବା ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବୋଦ୍ଭାବନ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବା ଦ୍ୱାରା ଏହା ହାସଲ କରାଯାଇପାରିବ ବୋଲି ସେ କହିଥିଲେ।

ସିଂହ ସୂଚନା ଦେଇଥିଲେ ଯେ ‘ଭ୍ୟାକ୍ସିନ୍ ମୈତ୍ରୀ’ ପଦକ୍ଷେପ ସ୍ବରୂପ ଭାରତ ବିଶ୍ବର ଦେଶମାନଙ୍କୁ କୋଭିଡ୍-୧୯ ଟିକା ଯୋଗାଉଛି। ୨୦୨୧ ନଭେମ୍ବର ୨୨ ସୁଦ୍ଧା ଭାରତ ୯୫ଟି ଦେଶକୁ ପ୍ରାୟ ୭୦.୭୦ ନିୟୁତ ଟିକା ପ୍ରଦାନ କରିଛି ଏବଂ ସେଥିମଧ୍ୟରୁ ଭାରତ ସରକାର ୪୭ଟି ଦେଶକୁ ୧୨.୭ ନିୟୁତ ଡୋଜ ଦେଇଛନ୍ତି। ଅବଶିଷ୍ଟ ୫୮ ନିୟୁତ ଟିକା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଅଧୀନରେ ଯୋଗାଇ ଦିଆଯାଇଛି। ସିଂହ କହିଥିଲେ ଯେ ବିଶ୍ବ ଜନସଂଖ୍ୟାର ୪୧% ଲୋକ ବ୍ରିକ୍ସ ଦେଶଗୁଡ଼ିକରେ ବାସ କରନ୍ତି, ଯେଉଁଥିରେ ଯୁବପିଢ଼ିଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି। ଯୁବ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରଦର୍ଶିତ ସମ୍ଭାବ୍ୟତା ବିଶ୍ବ ମଞ୍ଚରେ ଉପଯୁକ୍ତ ସ୍ଥାନ ପାଇବା ଆବଶ୍ୟକ ବୋଲି ସେ କହିଛନ୍ତି।

The post ଭାରତ ୯୫ ଦେଶଙ୍କୁ ୭ କୋଟିରୁ ଊର୍ଦ୍ଧ୍ବ ଡୋଜ୍ ଟିକା ପ୍ରଦାନ କରିଛି first appeared on Sambad.

from କରୋନା | Sambad https://ift.tt/3p8bAL3