ଭୁବନେଶ୍ବର: ବର୍ତ୍ତମାନ କୋଭିଡ ଲକ୍ଷଣ ବଦଳୁଛି । ଟୀକାକରଣ ଯୋଗୁ ସ୍ୱଳ୍ପ ଲକ୍ଷଣ ଦେଖାଯାଉଛି । ଯଦି ଜ୍ୱର ଓ ଥଣ୍ଡା ସ୍ୱାଭାବିକ ସ୍ତର ଠାରୁ ଅଧିକ ହେଉଛି, କରୋନା ହୋଇଥିବା ଭାବି ଟେଷ୍ଟ କରାଇ ନେବା ଉଚିତ ବୋଲି ଡିଏମଇଟି ରମା ରମଣ ମହାନ୍ତି କହିଛନ୍ତି।
ଏଥିସହିତ ଡିଏମଇଟି କହିଛନ୍ତି, କୋଭିଡ ଅନୁରୂପ ନିୟମ କଡ଼ାକଡ଼ି ମାନିବା । ତାହେଲେ ସଂକ୍ରମଣକୁ ଯାଇ ରୋକିପାରିବା । ସ୍କୁଲ ଛାତ୍ରଛାତ୍ରୀ ଟୀକା ନେଇ ନଥିବାରୁ ଯଦି ସଂକ୍ରମଣ ପୁଣି ବଢ଼େ, ତେବେ ସରକାର ପଦକ୍ଷେପ ନେଇ ଚିନ୍ତା କରିବେ ।
ଡିଏମଇଟି ରମା ରମଣ ମହାନ୍ତି କହିଛନ୍ତି, ଭିମସାର ଓ ସୁନ୍ଦରଗଡ଼ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା କରି ଘଟଣା ସମ୍ପର୍କରେ ବୁଝିଛି । ବୁର୍ଲାରେ ଚତୁର୍ଥ ବର୍ଷର ଜଣେ ଛାତ୍ରୀଙ୍କ ନିକଟରୁ ସଂକ୍ରମଣ ବ୍ୟାପିଛି । ଯାହାକି ମାଇଲଡ ସିମ୍ପଟମ ଥିଲା । ପ୍ରଥମେ ଛାତ୍ରୀ ନେଗେଟିଭ ଆସିଥିଲେ । କିନ୍ତୁ କିଛି ଦିନ ପରେ ଭଲ ନହେବାରୁ ପୁନଶ୍ଚ ପରୀକ୍ଷା କରାଯାଇଥିଲେ। ଏହି ରିପୋର୍ଟ ଛାତ୍ରୀଙ୍କ ପଜିଟିଭ ଆସିଥିଲା । ତେବେ କୋଭିଡ ଅନୁରୂପ ନିୟମ ଅନୁପାଳନ କରି ନଥିବାରୁ ସଂକ୍ରମଣ ବଢ଼ିଥିଲା । ପରେ ଟ୍ରେସିଂ ହେଲା ପରେ ୧୮ଜଣ ଝିଅ ଓ ୪ ଜଣ ପୁଅ ପଜିଟିଭ ଆସିଥିଲେ । ସେମାନଙ୍କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି ।
ସୁନ୍ଦରଗଡରେ ଏକ ଆବାସିକ ସ୍କୁଲ ହଷ୍ଟେଲରେ ସପ୍ତମ ଓ ଅଷ୍ଟମ ଶ୍ରେଣୀର ପ୍ରଥମେ ୩-୪ ଜଣ ପିଲା ପଜିଟିଭ ହୋଇଥିଲେ । କଣ୍ଟାକ୍ଟ ଟ୍ରେସିଂରୁ ୪୩ ଜଣ ପଜିଟିଭ ହୋଇଥିବା ଜଣାପଡ଼ିଛି । ୩୩ ଜଣଙ୍କୁ ଏକ ହଷ୍ଟେଲରେ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଇ ରଖାଯାଇଛି । ୧୦ ଜଣ ହୋମ ଆଇସୋଲେସନରେ ଅଛନ୍ତି । ସମସ୍ତେ ଲକ୍ଷଣ ବିହୀନ ଥିବା ଜଣାପଡ଼ିଛି।
The post ରୂପ ବଦଳାଉଛି କରୋନା, ଜ୍ୱର ଓ ଥଣ୍ଡା ସ୍ୱାଭାବିକ ସ୍ତର ଠାରୁ ଅଧିକ ହେଲେ ପରୀକ୍ଷା କରାନ୍ତୁ: ଡିଏମଇଟି first appeared on Sambad.from କରୋନା | Sambad https://ift.tt/3r2AzSx
0 Comments