ଝାରସୁଗୁଡ଼ା : ସଂପ୍ରତି ଦକ୍ଷିଣ ଆଫ୍ରିକା ଓ ଅନ୍ୟ କିଛି ଦେଶରେ କରୋନା ଭୂତାଣୁର ନୂଆ ପ୍ରକରଣ ବିଶ୍ବରେ ଆତଙ୍କ ଖେଳାଇ ଦେଇଥିବାବେଳେ ରାଜ୍ୟ ସରକାର ଏଥିପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି।

ରବିବାର ଝାରସୁଗୁଡ଼ାଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ନୂତନ ପ୍ରକରଣ ‘ଓମିକ୍ରନ୍‌’ ପାଇଁ ରାଜ୍ୟ ସରକାର ଓ ସ୍ବାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ସତର୍କ ରହିଛନ୍ତି। ଏଥିପାଇଁ ଦକ୍ଷିଣ ଆଫ୍ରିକା ଓ ଅନ୍ୟ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯିବାକୁ ନି‌େର୍ଦ୍ଦଶ ଦିଆଯାଇଛି। ଏହି ସ୍ଥାନରୁ ଆସୁଥିବା ଯାତ୍ରୀଙ୍କ କୋଭିଡ୍‌ ଟେଷ୍ଟ କରାଯିବ ଓ କ୍ବାରାଣ୍ଟିନ୍‌ରେ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଏଠାରୁ ଆସୁଥିବା ଯାତ୍ରୀଙ୍କଠାରେ କୌଣସି ଲକ୍ଷଣ ଦେଖାଯାଏ ତେବେ ତାଙ୍କୁ ଚିକତ୍ସା ପାଇଁ ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ଦିଆଯିବ। ବିମାନ ବନ୍ଦର ନିର୍ଦ୍ଦେଶକ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇ ସାରିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

The post ଓମିକ୍ରନ୍‌ ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ସ୍ୱାସ୍ଥ୍ୟମନ୍ତ୍ରୀ first appeared on Sambad.

from କରୋନା | Sambad https://ift.tt/317DLBF