
ଭୁବନେଶ୍ବର : ଚଳିତମାସ ଶେଷ ସୁଦ୍ଧା ରାଜ୍ୟର ୯୦ ପ୍ରତିଶତ ଯୋଗ୍ୟ ହିତାଧିକାରୀ ପ୍ରଥମ ଡୋଜ୍ ଟିକା ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ବର୍ତମାନ ସୁଦ୍ଧା ରାଜ୍ୟରେ ୮୫ ପ୍ରତିଶତ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟରେ ଏବେ ଦୈନିକ ୨ଲକ୍ଷରୁ ଅଧିକ ଟିକାକରଣ ହେଉଥିବା ବେଳେ ଆସନ୍ତା କିଛିଦିନ ଭିତରେ ୯୦ ପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ ହେବ ବୋଲି ଆଶା କରାଯାଉଛି।
ରାଜ୍ୟରେ ସମୁଦାୟ ୩.୨୫ କୋଟି ହିତାଧିକାରୀଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ତହିଁରୁ ଏ ପର୍ଯ୍ୟନ୍ତ ୪କୋଟି ୨୭ଲକ୍ଷ ୯୧ହଜାର ୪୯୨ ଡୋଜ୍ ଟିକାକରଣ ହୋଇଛି। ଏଥିରେ ୧୮-୪୪ବର୍ଗର ହିତାଧିକାରୀ ୭୯ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୮୮ ପ୍ରତିଶତ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ଏହାସହ ୪୬.୭ ପ୍ରତିଶତ ହିତାଧିକାରୀ ଉଭୟ ଡୋଜ୍ ଟିକା ନେଇ ସାରିଲେଣି।
ରାଜ୍ୟରେ ଏବେ ୫୪ଲକ୍ଷରୁ ଅଧିକ ଡୋଜ୍ ମହଜୁଦ ରହିଛି। ରାଜ୍ୟ ସରକାର ଦ୍ବିତୀୟ ଡୋଜ୍ ଟିକାକରଣକୁ ଯଥେଷ୍ଟ ଗୁରୁତ୍ବ ଦେଉଛନ୍ତି। ଯେଉଁ ଲୋକମାନେ ନିଜର ଦ୍ବିତୀୟ ଡୋଜ୍ ଟିକା ନେବାକୁ ଆସୁ ନାହାନ୍ତି ସେମାନଙ୍କୁ ଟିକା ନେବା ଲାଗି ସୂଚନା ଦିଆଯାଉଛି। ଏହାସତ୍ତ୍ବେ ଦ୍ବିତୀୟ ଡୋଜ୍ ଟିକାକରଣ ଆଶାତୀତ ଭାବେ ବୃଦ୍ଧି ହୋଇନାହିଁ।
The post ରାଜ୍ୟର ୮୫% ହିତାଧିକାରୀ ନେଲେଣି ପ୍ରଥମ ଡୋଜ୍ first appeared on Sambad.from କରୋନା | Sambad https://ift.tt/3p41gUl
0 Comments