ଭୁବନେଶ୍ୱର: ରାଜ୍ୟରେ ଆଜି ୨୭୧ ଜଣ ଆକ୍ରାନ୍ତ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୧ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୬ ହଜାର ୫୦୧ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୨୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱର, ସମ୍ବଲପୁରରୁ ୧୪ ଜଣ ଲେଖାଏଁ ମୟୂରଭଂଜରୁ ୧୨, ଯାଜପୁରରୁ ୧୦, ସୁନ୍ଦରଗଡ଼ରୁ ୯, ଜଗତସିଂହପୁରରୁ ୫, ଢେଙ୍କାନାଳରୁ ୪, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୂଆପଡ଼ାରୁ ୩-୩ ଜଣ, ଭଦ୍ରକ, ଗଂଜାମ, ପୁରୀରୁ ୨ ଜଣ ଲେଖାଏଁ, ମାଲକାନଗିରିରୁ ଜଣେ ଓ ରାଜ୍ୟପୁଲରୁ ୩୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୨୭୧ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୧ first appeared on Sambad.

from କରୋନା | Sambad https://ift.tt/3nBaRm0