ନୂଆଦିଲ୍ଲୀ : ବ୍ରାଜିଲ୍‌ରେ କୋଭିଡ୍‌ ମୃତ୍ୟୁସଂଖ୍ୟା ଆଜି ୬ ଲକ୍ଷ ଟପିଯାଇଛି। ଶୁକ୍ରବାର ବ୍ରାଜିଲ୍‌ରେ ୧୮,୧୭୨ ନୂଆ ମାମଲା ଚିହ୍ନଟ ହୋଇଥିବାବେଳେ ୬୧୫ ଜଣଙ୍କ ମୃତ୍ୟୁ ହୋଇଛି। ବ୍ରାଜିଲ୍‌ରେ ଏବେ ମୋଟ୍‌ କ‌ରୋନା ମୃତ୍ୟୁସଂଖ୍ୟା ୬୦୦,୪୨୫। ଆମେରିକା ପରେ ବ୍ରାଜିଲ୍‌ରେ ସବୁଠୁ ଅଧିକ କରୋନା ମୃତ୍ୟୁ ହୋଇଛି। ଡେଲ୍‌ଟା ପ୍ରଜାତି ଯୋଗୁଁ ବ୍ରାଜିଲ୍‌ରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିଛି। ବ୍ରାଜିଲ୍‌ରେ ଟିକାକରଣ ତ୍ବରାନ୍ବିତ ହୋଇଛି। ବ୍ରାଜିଲ୍‌ରେ ୭୦ ପ୍ରତିଶତ ଲୋକ ପ୍ରଥମ ଡୋଜ୍‌ ନେଇଛନ୍ତି ଅନ୍ୟପକ୍ଷେ ଆମେରିକାରେ ୬୫ ପ୍ରତିଶତ ଲୋକ ପ୍ରଥମ ‌ଡୋଜ୍‌ ନେଇଛନ୍ତି। ବ୍ରାଜିଲ୍‌ରେ ଏବେ କରୋନା ମୃତ୍ୟୁସଂଖ୍ୟା ପୂର୍ବାପେକ୍ଷା‌ କମ୍‌ ରହିଛି। ଏପ୍ରିଲ ମାସରେ ବ୍ରାଜିଲ୍‌ରେ କରୋନା ମୃତ୍ୟୁସଂଖ୍ୟା ୩ ହଜାର ଉପରେ ରହୁଥିଲା। କିନ୍ତୁ ଏବେ ଏହି ମୃତ୍ୟୁ ୮୦ ପ୍ରତିଶତକୁ ଖସି ଆସିଛି।

ଅନ୍ୟପକ୍ଷେ ରୁଷ୍‌ରେ ରେକର୍ଡ କୋଭିଡ୍‌ ମୃତ୍ୟୁ ହୋଇଛି। ଶୁକ୍ରବାର ରୁଷ୍‌ରେ ୯୩୬ କରୋନା ମୃତ୍ୟୁ ହୋଇଛି। ମହାମାରୀ ଆରମ୍ଭ ହେବାଠାରୁ ଏଯାବତ ଏହା ରୁଷ୍‌ରେ ସବୁଠୁ ଅଧିକ କରୋନା ମୃତ୍ୟୁ। ରୁଷ୍‌ରେ ଦୈନିକ ସଂକ୍ରମଣ ଏବେ ୩୦ ହଜାର ତଳେ ରହୁଛି। ଶୁକ୍ରବାର ରୁଷ୍‌ରେ ଦୈନିକ ସଂକ୍ରମଣ ମାମଲା ୨୭,୨୪୬ ଥିଲା। ରୁଷ୍‌ରେ କମ୍‌ ଟିକାକରଣ ଯୋଗୁଁ ମୃତ୍ୟୁସଂଖ୍ୟା ଅଚାନକ ବଢ଼ିଯାଇଛି ବୋଲି କୁହାଯାଇଛି। ରୁଷ୍‌ରେ ମୋଟ୍‌ କୋଭିଡ୍‌ ମୃତ୍ୟୁସଂଖ୍ୟା‌ ୨୧୪,୪୮୫। ଅନ୍ୟପକ୍ଷେ ବିଶ୍ବରେ ମୋଟ୍‌ ସଂକ୍ରମଣ ମାମଲା ୨୩୮,୧୨୩,୬୮୦ ଏବଂ ମୋଟ୍‌ କରୋନା ମୃତ୍ୟୁସଂଖ୍ୟା ୪,୮୬୦,୦୧୬।

The post ରୁଷ୍‌ରେ ରେକର୍ଡ କୋଭିଡ୍‌ ମୃତ୍ୟୁ: ବ୍ରାଜିଲ୍‌ରେ କୋଭିଡ୍‌ ମୃତ୍ୟୁ ୬ ଲକ୍ଷ ଟପିଲା first appeared on Sambad.

from କରୋନା | Sambad https://ift.tt/2YGTuqn