
ଭୁବନେଶ୍ବର : ଏମ୍ସରେ ଗୋଟିଏ ମାସ ମଧ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ଭର୍ତ୍ତି ସଂଖ୍ୟା ହ୍ରାସ ପାଇଛି। ଅଗଷ୍ଟ ମାସରେ ଏଠାରେ ୭୬ ଏବଂ ସେପ୍ଟେମ୍ବରରେ ୫୪ ଜଣ ଭର୍ତ୍ତି ହୋଇଥିଲେ। ଏହି ଦୁଇ ମାସରେ ଯଥାକ୍ରମରେ ୧୬ ହଜାର ୭୩୬ ଏବଂ ୧୨ ହଜାର ୮୭୧ ଜଣ ଆର୍ଟି-ପିସିଆର ଟେଷ୍ଟ କରାଇଥିଲେ। ଅନ୍ୟପକ୍ଷରେ ଓପିଡି ପଞ୍ଜୀକରଣ ସଂଖ୍ୟା ବୃଦ୍ଧି ପାଇଛି। ଏଠାରେ ଅଗଷ୍ଟରେ ୪୬,୧୮୬ ଓ ସେପ୍ଟେମ୍ବରରେ ୬୧,୩୨୯ ଜଣ ଓପିଡିରେ ପଞ୍ଜୀକରଣ କରିଥିଲେ। ଏହି ସମୟରେ ୧୫୨ଜଣ ଗର୍ଭବତୀଙ୍କ ପ୍ରସବ କରାଯାଇଛି, ଏଥିରୁ ୬ ଜଣ କୋଭିଡ୍ ଆକ୍ରାନ୍ତ। ଅଗଷ୍ଟ ମାସର ୧୩୨ଜଣ ପ୍ରସୂତିଙ୍କ ମଧ୍ୟରୁ ୯ ଜଣ କୋଭିଡ୍ ଆକ୍ରାନ୍ତ ଥିଲେ। ଅଗଷ୍ଟ ମାସରେ ୭୮୭, ସେପ୍ଟେମ୍ବରରେ ୯୬୦ଟି ବଡ଼ ଅସ୍ତ୍ରୋପଚାର କରାଯାଇଛି।
The post ଏମ୍ସରେ କମୁଛି କୋଭିଡ୍ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା first appeared on Sambad.from କରୋନା | Sambad https://ift.tt/3oR54Ka
0 Comments