
ନୂଆଦିଲ୍ଲୀ: ଦେଶରେ କୋଭିଡ୍ ଟିକାକରଣ ଅଭିଯାନ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଆଜି ସୁଦ୍ଧା ଦେଶର ଟିକାକରଣ ଅଭିଯାନରେ ୯୫ କୋଟିରୁ ଅଧିକ କୋଭିଡ ଡୋଜ୍ ପ୍ରଦାନ କରାଯାଇଛି । ଖୁବ୍ଶୀଘ୍ର ୧୦୦ କୋଟି ଡୋଜ୍ ପ୍ରଦାନ ଲକ୍ଷ୍ୟ ପୂରଣ କରି ଭାରତ ଏ କ୍ଷେତ୍ରରେ ଇତିହାସ ରଚିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି।
ଅନ୍ୟପକ୍ଷରେ ବିଗତ ୨୪ ଘଣ୍ଟାରେ ଦେଶରେ ୧୮,୧୬୬ ନୂଆ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୨୩,୬୨୪ ଜଣ ଆରୋଗ୍ୟ ହୋଇଛନ୍ତି ଏବଂ ୨୧୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲା ବିଗତ ୨୧୦ ଦିନ ମଧ୍ୟରେ ସବୁଠାରୁ କମ୍ ବୋଲି ଜଣାପଡ଼ିଛି। କରୋନାରେ ମୋଟ୍ ମୃତ୍ୟୁ ସଂଖ୍ୟା ୪,୫୦,୫୮୯ରେ ପହଞ୍ଚିଥିବା ବେଳେ ଦେଶବ୍ୟାପୀ ୩,୩୨,୭୧,୯୧୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେ ମୋଟ୍ ସକ୍ରିୟ ମାମଲା ୨,୩୦,୯୭୧ ରହିଛି।
The post ଟିକାକରଣ ୯୫ କୋଟି ଟପିଲା: ୧୦୦ କୋଟି ଲକ୍ଷ ହାସଲ ଖୁବ୍ଶୀଘ୍ର first appeared on Sambad.from କରୋନା | Sambad https://ift.tt/30e8Lzn
0 Comments