ନୂଆଦିଲ୍ଲୀ: ବିଶ୍ବର ବିଭିନ୍ନ ପ୍ରାନ୍ତରେ ‘ଡେଲ୍‌ଟା ଭେରିଆଣ୍ଟ୍‌’ ଯୋଗୁଁ ମୃତ୍ୟୁସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ବିଶ୍ବବ୍ୟାପୀ କୋଭିଡ୍‌-୧୯ଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୫ ନିୟୁତ ଟପିଯାଇଥିବା କଥା ଶୁକ୍ରବାର ଦିନ ‘ରଏଟର୍ସ ଟାଲି’ରୁ ଜଣାପଡ଼ିଛି। ବିଶେଷକରି ଟିକା ନ ନେଇଥିବା ହେତୁ ‘ଡେଲ୍‌ଟା ଭେରିଆଣ୍ଟ୍‌’ ସଂକ୍ରମଣଜନିତ ମୃତ୍ୟୁ ଘଟୁଥିବା ରିପୋର୍ଟ ହେଉଛି।

Image Courtesy of The Washington Post

୨.୫ ନିୟୁତ ସଂଖ୍ୟକ କୋଭିଡ୍‌-୧୯ ମୃତ୍ୟୁ ପାଇଁ ପ୍ରାୟ ୧ ବର୍ଷ ଲାଗିଥିବା ବେଳେ ପରବର୍ତ୍ତୀ ୨.୫ ନିୟୁତ ମୃତ୍ୟୁ ୨୩୬ ଦିନରେ ରେକର୍ଡ କରାଯାଇଛି ବୋଲି ‘ରଏଟର୍‌’ କରିଥିବା ବିଶ୍ଳେଷଣରୁ ସୂଚନା ମିଳିଛି। ଗତ ସାତ ଦିନରେ ବିଶ୍ବରେ ଘଟିଥିବା କୋଭିଡ୍‌-୧୯ଜନିତ ଅଧାରୁ ଅଧିକ ମୃତ୍ୟୁ ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍‌, ବ୍ରାଜିଲ୍‌, ମେକ୍ସିକୋ ଓ ଭାରତରେ। ଗତ ସପ୍ତାହ ସାରା ବିଶ୍ବରେ ଦୈନିକ ହାରାହାରି ୮୦୦୦ କୋଭିଡ୍‌ଜନିତ ମୃତ୍ୟୁ ଘଟୁଛି। ସେହି ହାରରେ ହିସାବ କଲେ ପ୍ରତି ମିନିଟ୍‌ରେ ୫ଜଣଙ୍କର ମୃତ୍ୟୁ ଘଟୁଛି।

Image Courtesy of China Daily

‘ୱାର୍ଲଡ୍‌ ଡାଟା’ ଅନୁସା‌ରେ, ବିଶ୍ବରେ ଅର୍ଦ୍ଧାଧିକ ଜନତା ଏଯାବତ୍‌ ଅନ୍ୟୂନ ଗୋଟିଏ ଡୋଜ୍‌ ଟିକା ମଧ୍ୟ ନେଇ ନାହାନ୍ତି।

The post ‘ଡେଲ୍‌ଟା ଭେରିଆଣ୍ଟ୍‌’ ବ୍ୟାପୁଥିବା ବେଳେ ବିଶ୍ବବ୍ୟାପୀ ୫ ନିୟୁତ ଟପିଲା କୋଭିଡ୍‌ଜନିତ ମୃତ୍ୟୁ first appeared on Sambad.

from କରୋନା | Sambad https://ift.tt/2Yn5xc2