
ଭୁବନେଶ୍ବର: ପାର୍ବଣ ଭିଡ଼ ଉପରେ ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ନଜର ରଖିବ ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ପାର୍ବଣରେ ଭିଡ଼ ଜମିଲେ ସଂକ୍ରମଣ ବଢିପାରେ। ପୂର୍ବ ଗାଇଡଲାଇନକୁ କଡାକଡି ପାଳନ କରିବା ପାଇଁ ଗୃହ ବିଭାଗ ଗୁରୁତ୍ୱ ଦେଇଛି। ବିଶେଷ କରି ସପିଂ ସମୟରେ ଭିଡ଼କୁ ଏଡ଼ାଇବା ପାଇଁ ସ୍ୱତନ୍ତ୍ର ସ୍କ୍ୱାର୍ଡର ନଜର ରହିବ।
ଏହାଛଡ଼ା ଯେଉଁ ଅଞ୍ଚଳରେ ସଂକ୍ରମଣ ବଢ଼ିବ ସେଠାରେ ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋକଣ୍ଟେନମେଣ୍ଟ କରାଯିବ। ଏବେ ଦୈନିକ ଟେଷ୍ଟିଂ ୬୦ ରୁ ୭୦ ହଜାର କରାଯାଉଛି। ତାହା ଜାରି ରହିବ। କଟକ ଓ ଭୁବନେଶ୍ୱରରେ ସଂକ୍ରମଣ କମିଥିଲେ ମଧ୍ୟ ଭୟ ରହୁଛି। ତେଣୁ ଏଠାକାର ଲୋକମାନେ ଅଧିକ ସତର୍କ ଓ ସଚେତନ ରହିବା ଆବଶ୍ୟକ। ଆଇସିଏମଆର ଓ ନିତି ଆୟୋଗ ଏ ନେଇ ପୂର୍ବରୁ ସତର୍କ କରାଇଛନ୍ତି। ତେଣୁ ଆମେ ତାହାକୁ ଗୁରୁତ୍ୱ ଦେଉଛୁ।
The post ପାର୍ବଣ ଭିଡ଼ ଉପରେ ସ୍ୱତନ୍ତ୍ର ନଜର ରଖିବ ସ୍ୱାସ୍ଥ୍ୟ ବିଭାଗ: ସ୍ୱାସ୍ଥ୍ୟ ନିର୍ଦେଶକ first appeared on Sambad.from କରୋନା | Sambad https://ift.tt/3uBNRVR
0 Comments