ଭୁବନେଶ୍ବର: ନୂଆ ଭ୍ୟାରିଆଣ୍ଟକୁ ନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଇନ୍ଦୋରରେ ସାତଟି ଓ ମହାରାଷ୍ଟ୍ରରେ କିଛି ନୂଆ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି। ଏହା ୧୦ ପ୍ରତିଶତ ଅଧିକ ସଂକ୍ରମିତ କରିବ। ଡେ଼ଲ୍ଟା ପ୍ଲସ ପ୍ରଜାତିର ଏହା ନୂଆ ଭ୍ୟାରିଆଣ୍ଟ। ଯଦିଓ ପ୍ରଥମେ ଡିଟେକ୍ଟ ହୋଇଛି ତାକୁ ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନରେ ରଖାଯାଇଛି। ତାପରେ ଭ୍ୟାରିଏଣ୍ଟ ଅଫ ଇଣ୍ଟ୍ରେଷ୍ଟ ତାପରେ କନସର୍ଣ୍ଣ। ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ଷ୍ଟେଜ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଘୋଷଣା କରିନାହିଁ। ଏହା ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନ ୟୁ.କେ ବୋଲି ଘୋଷଣା କରିଛି।

ଇଂଲଣ୍ଡରେ ୧୦ ପ୍ରତିଶତ ଲୋକଙ୍କ ପାଖରେ ଦେଖାଯାଉଛି। ଭାରତରେ ଦେଖିଲେ ଏହା ଅତି ନଗଣ୍ୟ। ଵ୍ୟସ୍ତ ହେବାର ସମୟ ଆସିନି। ଡବ୍ଲୁ ଏଚ ଓ ଏବଂ ୟୁ କେ ଏଜେନ୍ସି  କହୁଛନ୍ତି ମାର୍ଜିନାଲି ଅଧିକ ସଂକ୍ରମଣ କରେ। ଏହା ଅଧିକ ସଂକ୍ରମଣକ୍ଷମ ନା ନାହିଁ ଜଣା ପଡିନି। ଏହା କେତେଦୂର ଅଧିକ ରୋଗାକ୍ରାନ୍ତ କରୁଛି, ତାହା ତଦନ୍ତ ସାପେକ୍ଷ। ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନ ଅଛି ସମୟ କହିବ କେତେଦୂର ପରିସ୍ଥିତିକୁ ବିଗାଡିବ। ଡେଲଟା ଭାଇରସର ୫୫ ଟି ଉପ ପ୍ରଜାତି ରହିଛି। ତା ଭିତରୁ ଅଳ୍ପକେତୋଟି ଲୋକଲୋଚନକୁ ଆସିଛି। ଜେନୋମିକ ଷ୍ଟଡି ଚାଲିଛି। ନୂଆ ଭାଇରସ ଯେତେବେଳେ ଆସୁଛି ତାହା କେତେ ପ୍ରଭାବ ପକାଉଛି ଜଣାପଡିବ। ଏପର୍ଯ୍ୟନ୍ତ କେତେ ସଂକ୍ରମିତ କରୁଛି ତାହା ସ୍ପଷ୍ଟ ହୋଇନାହିଁ। ଏନେଇ ଅଧିକ ପରୀକ୍ଷାନିରୀକ୍ଷା ଚାଲିଛି। ସମୟ କହିବ। ଏହା ଉପରେ ଆମେ ନଜର ରଖିଛୁ। ୟୁକେରେ ଏହି ନୂଆ ଭ୍ୟାରିଆଣ୍ଟ ଦେଖାଦେଇଛି। ବୁଷ୍ଟର ଡୋଜ କିଛି ଦେଶରେ ବରିଷ୍ଠ ଲୋକଙ୍କୁ ଦିଆଯାଇଛି। ଏନେଇ କେନ୍ଦ୍ର ସରକାର କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଇନାହାନ୍ତି।
ଏଣେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି, ବାଣ ଫୁଟିଲେ ଲଙ୍ଗସକୁ ଇଫେକ୍ଟ କରିବ। ଭୁବନେଶ୍ୱରରେ କରୋନା ତଳଉପର ହୋଇ ପ୍ଲାଟୋ ଷ୍ଟେଜରେ ରହିଛି। ଟ୍ରାନ୍ସମିସନ ଭଳି ପରିବେଶ ସୄଷ୍ଟି କରିବା ନାହିଁ। ଏବେ ଏଣ୍ଡାମିକ ଷ୍ଟେଜରେ ମାନେ କୋଭିଡ ରହିବ। ବୁଷ୍ଟର ଡୋଜର ଆବଶ୍ୟକତା ରହିଛି, କିନ୍ତୁ ଟେକନିକାଲ କମିଟିର ଷ୍ଟଡି ରିପୋର୍ଟ ଆସିନି।

The post ୧୦ ପ୍ରତିଶତ ଅଧିକ ସଂକ୍ରମଣ ବଢ଼ାଇବ ନୂଆ ଭ୍ୟାରିଆଣ୍ଟ: ଡିଏମଇଟି first appeared on Sambad.

from କରୋନା | Sambad https://ift.tt/3jtXYI0