
ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ଅବସାନ ଘଟିବାକୁ ଆହୁରି ଅନେକ ଦିନ ଲାଗିବ ଏବଂ ତାହାର ସଫଳ ମୁକାବିଲା ଲାଗି ବିଶ୍ୱ ବିଜ୍ଞାନ ଓ କୌଶଳର ଫଳପ୍ରଦ ଉପଯୋଗ କରିବା ଆବଶ୍ୟକ ବୋଲି ‘ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ’ର ମୁଖ୍ୟ ଟେଡ୍ରସ୍ ଅଧାନମ୍ ଗେବ୍ରେସିୟସ୍ କହିଛନ୍ତି।
ରବିବାର ଦିନ ବର୍ଲିନ୍ରେ ଅନୁଷ୍ଠିତ ‘ବିଶ୍ୱ ସ୍ୱାସ୍ଥ୍ୟ ଶିଖର ସମ୍ମିଳନୀ’ରେ ଉଦ୍ବୋଧନ ଦେଇ ଟେଡ୍ରସ୍ କହିଲେ, ଅବସାନ ଘଟାଇବାକୁ ବିଶ୍ୱ ନିଷ୍ପତ୍ତି ନେଲେ ଏ ମହାମାରୀର ଅବସାନ ଘଟିବ। ତାହା ଆମ ନିୟନ୍ତ୍ରଣରେ ରହିଛି। ଆମ ପାଖରେ ସବୁ ପ୍ରକାର ବିଜ୍ଞାନ ଓ କୌଶଳ ରହିଛି। ସବୁ ପ୍ରକାର ଜନସ୍ୱାସ୍ଥ୍ୟ କୌଶଳ ଏବଂ ଡାକ୍ତରୀ ବିଜ୍ଞାନ। କିନ୍ତୁ, ବିଶ୍ୱ ସେ ବିଜ୍ଞାନ ଓ କୌଶଳକୁ ଭଲ ଭାବେ ଉପଯୋଗ କରିନାହିଁ। ଦୈନିକ ପ୍ରାୟ ୫୦ ହଜାର ମୃତ୍ୟୁର କାରଣ ହେଉଥିବା ଏ ମହାମାରୀର ଅବସାନ ଘଟିବାକୁ ଆହୁରି ଅନେକ ଲାଗିବ।
‘କୋଭାକ୍ସ ମେକାନିଜମ୍’ ଏବଂ ‘ଆଫ୍ରିକାନ୍ ଭ୍ୟାକ୍ସିନ୍ ଆକ୍ୱିଜିସନ୍ ଟ୍ରଷ୍ଟ୍’ରେ ସକ୍ରିୟ ଭୂମିକା ଗ୍ରହଣ କରୁଥିବା ‘ଜି୨୦’ ରାଷ୍ଟ୍ରସମୂହ ସେମାନଙ୍କ ସମୁଦାୟ ଜନସଂଖ୍ୟାର ୪୦%ଙ୍କୁ ଟିକା ଦେଇସାରିଛନ୍ତି। ବିଶ୍ୱର ସମସ୍ତ ଦେଶ ପାଇଁ କୋଭିଡ୍-୧୯ ପରୀକ୍ଷା, ଏବଂ ଟିକାର ଚିକିତ୍ସାର ଉନ୍ନତି, ଉତ୍ପାଦନ ସମଉନ୍ମୁକ୍ତି ବୃଦ୍ଧି କରାଇବା ‘କୋଭାକ୍ସ୍’ ଏବଂ ‘ଏସିଟି’ର ଲକ୍ଷ୍ୟ ବୋଲି ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ର େଓ୍ଵବ୍ସାଇଟ୍ରେ ଉଲ୍ଲେଖ ଅଛି।
The post ମହାମାରୀ ଅବସାନ ହେବାକୁ ଆହୁରି ଅନେକ ଦିନ ଲାଗିବ: ‘ଡବ୍ଲୁଏଚ୍ଓ’ ମୁଖ୍ୟଙ୍କ ସତର୍କବାଣୀ first appeared on Sambad.from କରୋନା | Sambad https://ift.tt/3vKxIOG
0 Comments