
ବାଲେଶ୍ବର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଟେଷ୍ଟ ରିପୋର୍ଟ ରବିବାର ପଜିଟିଭ୍ ବାହାରିବା ପରେ ସେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି ହୋଇଛନ୍ତି।
ଗତକାଲି ଶ୍ରୀ ଷଡ଼ଙ୍ଗୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅପରାହ୍ନରେ ଅସୁସ୍ଥ ଅନୁଭବ କରିବାରୁ ଜିଲ୍ଲା ମୁଖ୍ୟଚିକିତ୍ସାଳକୁ ଆସି ଆଣ୍ଟିଜେନ୍ ଓ ଆର୍ଟିପିସିଆର୍ ଟେଷ୍ଟ କରିଥିଲେ। ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଆର୍ଟିପିସିଆର୍ ଟେଷ୍ଟ ରିପୋର୍ଟ ଆସିବାକୁ ଗୋଟିଏ ଦିନ ସମୟ ଲାଗିଥିଲା। ତେବେ ଶ୍ରୀ ଷଡ଼ଙ୍ଗୀ ଆଜି ଏକ ଦଳୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଫୋନ ଆସିଥିଲା। ପରେ ଶ୍ରୀ ଷଡ଼ଙ୍ଗୀ ତୁରନ୍ତ ସେ ଜାଗା ଛାଡି ଏମ୍ସ ଅଭିମୁଖେ ବାହାରିଥିଲେ। ବର୍ତ୍ତମାନ ସେ ଚିକିତ୍ସାଧୀନ ଥିବାବେଳେ ସୁସ୍ଥ ଅନୁଭବ କରୁଥିବା ଟୁଇଟ୍ ଯୋଗେ କହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସରକାରୀ ପଦାଧିକାରୀ, ଦଳୀୟ ନେତା, ସାଧାରଣ ଜନତା କ୍ବାରେଣ୍ଟାଇନ୍ରେ ରହିବାକୁ ସେ ଅନୁରୋଧ କରିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ଓ ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଷଡ଼ଙ୍ଗୀଙ୍କ ସହ ସାମିଲ ଥିବା ଦଳୀୟ ନେତା, କାର୍ଯ୍ୟକର୍ତ୍ତା କ୍ବାରେଣ୍ଟାଇନ୍ରେ ଅଛନ୍ତି। ବିଭିନ୍ନ ଦଳର ରାଜନେତା ଓ କର୍ମୀ ଶ୍ରୀ ଷଡ଼ଙ୍ଗୀଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
The post ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ କରୋନା first appeared on Sambad.from କରୋନା | Sambad https://ift.tt/3moF8ma
0 Comments