ନୂଆଦିଲ୍ଲୀ: ଦେଶରେ ଦଶହରା ଏବଂ ଦିପାବଳୀ ଆଉ କିଛିଦିନ ପରେ ପାଳନ ହେବ। ପାର୍ବଣ ଋତୁ ଆରମ୍ ହୋଇଯାଇଥିବାବେଳେ ଦେଶର ୯ଟି ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ରାଜ୍ୟଗୁଡ଼ିକ ହେଲା ମିଜୋରାମ, ହରିୟାଣା, ଗୁଜରାଟ, ଝାଡ଼ଖଣ୍ଡ, ଗୋଆ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ। ମିଜୋରାମ ପରେ କେରଳରେ ସର୍ବାଧିକ ସଂକ୍ରମଣ ହାର ରହିଛି। ତେବେ ମହାରାଷ୍ଟ୍ରରେ ସଂକ୍ରମଣ କମିଛି। ଦେଶରେ କରୋନା ଟିକାକରଣ କାର୍ଯ୍ୟକ୍ରମ ଆଗକୁ ବଢ଼ିଚାଲିଛି। ଗତକାଲି ଦେଶରେ କରୋନା ଟିକା ମାତ୍ରା ୯୦ କୋଟି ଟପିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟା ସୂଚନା ଦେଇଥିଲେ। ଜାନୁଆରି ୧୬ ତାରିଖରୁ ଭାରତରେ ଟିକାକରଣ ପର୍ଯ୍ୟାୟ କ୍ରମେ ଆରମ୍ଭ ହୋଇଛି।

The post ୯ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି first appeared on Sambad.

from କରୋନା | Sambad https://ift.tt/3iwJtTs