ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୮୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୩୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୮୩ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୨ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ  ବାଲେଶ୍ୱରରୁ ୧୯ ଜଣ, ଭଦ୍ରକରୁ ୩ ଜଣ, ବରଗଡ଼ରୁ ୨ ଜଣ, ବଲାଙ୍ଗୀରରୁ ୩ ଜଣ,  କଟକରୁ ୪୬ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ୨ ଜଣ, ଗଜପତିରୁ ୫ ଜଣ,  ଗଞ୍ଜାମରୁ ୪ ଜଣ, ଜଗତସିଂହପୁରରୁ ୨୪ ଜଣ, ଯାଜପୁରରୁ ୨୪ ଜଣ, ଝାରସୁଗୁଡ଼ାରୁ ୧ ଜଣ, କଳାହାଣ୍ଡିରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, କେନ୍ଦୁଝରରୁ ୫ ଜଣ, ଖୋର୍ଦ୍ଧାରୁ ୨୮୨ ଜଣ, କୋରାପୁଟରୁ ୧ ଜଣ, ମୟୁରଭଞ୍ଜରୁ ୨୨ ଜଣ, ନବରଙ୍ଗପୁରରୁ ୧ ଜଣ,  ନୟାଗଡ଼ରୁ ୫ ଜଣ, ପୁରୀରୁ ୨୧ ଜଣ, ସମ୍ୱଲପୁରରୁ ୨୧ ଜଣ, ସୋନପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୭ ଜଣ ଓ ଷ୍ଟେଟ ପୁଲରୁ ୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୨୯ ହଜାର ୯୯୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୧୬ ହଜାର ୫୯୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫ ହଜାର ୧୧୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

The post ୮୩ ଶିଶୁ ଓ କିଶୋରଙ୍କ ସମେତ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୫୮୨ କରୋନା ପଜିଟିଭ୍ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/3FnaHpb