ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ମହାମାରୀରୁ ୬୪୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୭ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୮୨୯ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱ୍ୟାସ୍ଥ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ୧୦୩ ଜଣ ଆକ୍ରାନ୍ତ କରୋନରୁ ସୁସ୍ଥ ହୋଇଛନ୍ତି। ଜଗତସିଂହପୁର, ସୁନ୍ଦରଗଡ଼ରୁ ୨୩-୨୩, ଯାଜପୁରରୁ ୧୯, ମୟୂରଭଂଜ, ପୁରୀରୁ ୧୮-୧୮, ବାଲେଶ୍ୱରରୁ ୧୭, ସମ୍ବଲପୁରରୁ ୧୫, ଢେଙ୍କାନାଳ, ରାୟଗଡ଼ା ଓ କେନ୍ଦ୍ରାପଡ଼ାରୁ ୧୦ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ବରଗଡ଼ରୁ ୭, ଗଂଜାମରୁ ୬, ଅନୁଗୁଳ, ନୟାଗଡ଼ରୁ ୩-୩, ଭଦ୍ରକ, ଦେବଗଡ଼, ଝାରସୁଗୁଡ଼ାରୁ ୨-୨ ଜଣ, ବଲାଙ୍ଗୀର, କେନ୍ଦୁଝରରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୬୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୬୪୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୭ first appeared on Sambad.

from କରୋନା | Sambad https://ift.tt/3F3NdWa