ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୪୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୯ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୫୮୨ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୮୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱର, ଜଗତସିଂହପୁର, ଯାଜପୁର, ପରୀରୁ ୧୮ ଜଣ ଲେଖାଏଁ, ନୟାଗଡ଼ରୁ ୧୦, ଭଦ୍ରକ, କେନ୍ଦ୍ରାପଡ଼ାରୁ ୯-୯, ସୁନ୍ଦରଗଡ଼ରୁ ୮ ଓ ମୟୂରଭଂଜ, ରାୟଗଡ଼ାରୁ ୭-୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ଝାରସୁଗୁଡ଼ା, ସମ୍ବଲପୁରରୁ ୬-୬, ଗଂଜାମରୁ ୫, ବରଗଡ଼, ଢେଙ୍କାନାଳ, କୋରାପୁଟରୁ ୪-୪ ଜଣ, ଦେବଗଡ଼, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରିରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୪୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୪୯୪ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୯ first appeared on Sambad.

from କରୋନା | Sambad https://ift.tt/3o3Lrhr