
ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୩୧,୩୮୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ସଂକ୍ରମଣ ମାମଲାରେ ୧.୭ ପ୍ରତିଶତ ହ୍ରାସ ହୋଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୩,୩୫,୯୪,୮୦୩ରେ ପହଞ୍ଚିଛି। ଆଜି ସକାଳ ୮ଟା ସୁଦ୍ଧା ଦେଶରେ ସକ୍ରିୟ ମାମଲା ୩,୦୦,୧୬୨। ସକ୍ରିୟ ମାମଲା ଗତକାଲି ତୁଳନାରେ ୧୪୭୮ କମିଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ୩୨,୫୪୨ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩,୨୮,୪୮,୨୭୩। ୫ ରାଜ୍ୟ କେରଳ , ମହାରାଷ୍ଟ୍ର, ତାମିଲନାଡ଼ୁ, ମିଜୋରାମ ଏବଂ ଆନ୍ଧ୍ରପ୍ରଦେଶରେ ୮୬.୬ ପ୍ରତିଶତ ମାମଲା ଚିହ୍ନଟ ହୋଇଛି। କେରଳରେ ସର୍ବାଧିକ ୧୯,୬୮୨ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୩,୩୨୦, ତାମିଲନାଡ଼ୁରେ ୧୭୪୫, ମିଜୋରାମରେ ୧୨୫୭ ଏବଂ ଆନ୍ଧ୍ରପ୍ରଦେଶରେ ୧୧୭୧ ମାମଲା ଚିହ୍ନଟ ହୋଇଛି। କେରଳରେ ଦେଶର ୬୨.୭୨ ପ୍ରତିଶତ ନୂଆ ମାମଲା ରହିଛି ଏବଂ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣ ହେଉଛି। ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଦେଶରେ ୩୧୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେରଳରେ ସର୍ବାଧିକ ୧୫୨ ଜଣଙ୍କ ମୃତ୍ୟୁ ହୋଇଛି।
ମିଜୋରାମ ସଂକ୍ରମଣ ଚିନ୍ତାଜନକ
ଐଜଲ୍ : ମିଜୋରାମରେ ଲଗାତାର ଭାବେ ସଂକ୍ରମଣ ବଢ଼ୁଛି। ଗତ ୨୪ ଘଣ୍ଟାରେ ମିଜୋରାମରେ ପୁଣି ୧୨୫୭ ମାମଲା ଚିହ୍ନଟ ହୋଇଛି। କିଛି ଦିନ ହେବ ମିଜୋରାମରେ ସଂକ୍ରମଣ ୧ ହଜାର ଉପରେ ରହୁଛି। ଗତକାଲି ମଧ୍ୟ ସଂକ୍ରମଣ ୧୩୦୦ ଉପରେ ଥିଲା। ଡେଲ୍ଟା ପ୍ରଜାତି ଏବଂ କରୋନା ନିୟମାବଳିର ସଠିକ୍ ଭାବେ ପାଳନ କରାଯାଉନଥିବାରୁ ମିଜୋରାମରେ ସଂକ୍ରମଣ ହଠାତ୍ ବଢ଼ିଯାଇଛି। ଚଳିତ ବର୍ଷ ଏପ୍ରିଲ୍ରୁ ମିଜୋରାମରେ ସଂକ୍ରମଣ ବୃଦ୍ଧି ହୋଇଛି। ରାଜ୍ୟ ନୋଡାଲ୍ ଅଫିସର୍ଙ୍କ ଅନୁଯାୟୀ ଲୋକମାନେ କରୋନା ନିୟମାବଳିର ସଠିକ୍ ଭାବେ ପାଳନ କରୁନଥିବାରୁ ଅଚାନକ ସଂକ୍ରମଣ ବୃଦ୍ଧି ହୋଇଛି। ମିଜୋରାମରେ କିଛି ସ୍ଥାନରେ ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍ ଯୋଗୁଁ ସଂକ୍ରମଣ ଅତି ବଢ଼ିଯାଇଛି।
from କରୋନା | Sambad https://ift.tt/3ua0bfO
0 Comments