ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୩୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୨୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୩୧୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୧୦୧ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୫ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ଏହା ସହ ୪ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୩ ଜଣ, ବାଲେଶ୍ୱରରୁ ୩୦ ଜଣ, ବରଗଡ଼ରୁ ୫ ଜଣ, ଭଦ୍ରକରୁ ୧୦ ଜଣ, କଟକରୁ ୯୧ ଜଣ, ଢ଼େଙ୍କାନାଳରୁ ୫ଜଣ, ଗଜପତିରୁ ୧ ଜଣ, ଗଞ୍ଜାମରୁ ୬ ଜଣ, ଜଗତସିଂହପୁରରୁ ୩୨ ଜଣ, ଯାଜପୁରରୁ ୨୯ ଜଣ, ଝାରସୁଗୁଡ଼ାରୁ ୩ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୬ ଜଣ, କେଉଁଝରରୁ ୩ ଜଣ, ଖୋର୍ଦ୍ଧାରୁ ୩୩୫ ଜଣ, କୋରାପୁଟରୁ ୪ଜଣ, ମାଲକାନଗିରିରୁ ୨ଜଣ, ମୟୁରଭଞ୍ଜରୁ ୨୭ଜଣ, ନୟାଗଡ଼ରୁ ୭ ଜଣ, ପୁରୀରୁ ୧୭ ଜଣ, ନୂଆପଡ଼ରୁ ଜଣେ, ରାୟଗଡ଼ାରୁ ୪ ଜଣ, ସମ୍ୱଲପୁରରୁ ୭ ଜଣ, ସୋନପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୧୩ ଜଣ ଓ ଷ୍ଟେଟ ପୁଲରୁ ୮୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦୨୧୯୫୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦୦୮୨୨୬ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୫୨୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

The post ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୭୩୪ ସଂକ୍ରମିତ ଚିହ୍ନଟ, ୪ମୃତ first appeared on Sambad.

from କରୋନା | Sambad https://ift.tt/3EFoS8P