
ନୂଆଦିଲ୍ଲୀ: ‘କୋଭାକ୍ସ୍’କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ନିମନ୍ତେ ପୁଣି କୋଭିଡ୍-୧୯ ଟିକା ରପ୍ତାନି ଆରମ୍ଭ କରିବାକୁ ଯାଉଥିବାରୁ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମହାନିର୍ଦେଶକ ଟେଡ୍ରସ୍ ଅଧାନୋମ୍ ଗେବ୍ରେସିୟସ୍ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ବୁଧବାର ଦିନ ଟୁଇଟ୍ କରି ଗେବେ୍ରସିୟସ୍ କହିଛନ୍ତି, ଅକ୍ଟୋବରରେ ଭାରତ ‘କୋଭାକ୍ସ୍’କୁ ଗୁରୁତ୍ବପୂର୍ଣ୍ଣ କୋଭିଡ୍-୧୯ ଟିକା ପ୍ରେରଣ ଆରମ୍ଭ କରିବ ବୋଲି ଘୋଷଣା କରିଥିବାରୁ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କୁ ଧନ୍ୟବାଦ।
‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମହାନିର୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ଏ ବର୍ଷ ଶେଷ ସୁଦ୍ଧା ବିଶ୍ବର ସମସ୍ତ ଦେଶମାନଙ୍କରେ ୪୦% ଟିକାକରଣ କରାଯିବା ପାଇଁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ହାସଲ ଦିଗରେ କୋଭିଡ୍-୧୯ ଟିକା ରପ୍ତାନି ନିମନ୍ତେ ଭାରତର ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସହାୟତା।
ସୂଚନା ଯୋଗ୍ୟ, ମାର୍ଚ ମାସରେ ଭାରତରେ କରୋନାଭାଇରସ୍ ସଂକ୍ରମଣ ହଠାତ୍ ଦ୍ରୁତ ବେଗରେ ବୃଦ୍ଧି ପାଇବାରୁ କେନ୍ଦ୍ର ସରକାର କୋଭିଡ୍-୧୯ ଟିକା ରପ୍ତାନି ସ୍ଥଗିତ ରଖିଥିଲେ।
ଗତ ସୋମବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡଭିୟା ଘୋଷଣା କରିଥିଲେ ଯେ, ବିଶ୍ବର ସମସ୍ତ ଦେଶକୁ ଟିକା ଯୋଗାଇ ଦେବା ଲାଗି ଭାରତ ଅକ୍ଟୋବର ମାସରୁ ପୁନର୍ବାର ‘ଟିକା ମୈତ୍ରୀ ଯୋଜନା’ ଆରମ୍ଭ କରିବ।
The post ପୁଣି କୋଭିଡ୍ ଟିକା ରପ୍ତାନି ଆରମ୍ଭ କରୁଥିବାରୁ ଭାରତକୁ ଧନ୍ୟବାଦ ଦେଲେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ମହାନିର୍ଦେଶକ first appeared on Sambad.from କରୋନା | Sambad https://ift.tt/39rWpF8
0 Comments