ଭୁବନେଶ୍ବର: ରାଜ୍ୟରେ ଆଜି କରୋନା ଭାଇରସ ମହାମାରୀରୁ ୭୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୨ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬ହଜାର ୩୨୦ରେ ପହଂଚିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୧୧୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଯାଜପୁରରୁ ୩୩, ମୟୂରଭଂଜରୁ ୩, ଜଗତସିଂହପୁରରୁ ୨୪, ବାଲେଶ୍ବର, ପୁରୀରୁ ୧୭-୧୭, ଭଦ୍ରକରୁ ୧୪, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୧୩ ଜଣ ଲେଖାଏଁ କ‌େରୋନାରୁ ସୁସ୍ଥ ‌ହୋଇଛନ୍ତି।

ସେହିପରି ବୌଦ୍ଧରୁ ୧୨, ନୟାଗଡ଼ରୁ ୧୧, କେନ୍ଦ୍ରାପଡ଼ାରୁ ୮, କୋରାପୁଟରୁ ୬, ଅନୁଗୁଳ, ଦେବଗଡ଼, ଗଂଜାମରୁ ୫-୫, କେନ୍ଦୁଝରରୁ ୪, ବରଗଡ଼ରୁ ୩, ଝାରସୁଗୁଡ଼ା, ନବରଂଗପୁର, ରାୟଗଡ଼ାରୁ ୨ ଜଣ ଲେଖାଏଁ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ନୂଆପଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲର ୭୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

The post ରାଜ୍ୟରେ କରୋନାରୁ ଆଜି ସୁସ୍ଥ ହେଲେ ୭୫୬ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୨ first appeared on Sambad.

from କରୋନା | Sambad https://ift.tt/3tP2mFs