ନୂଆଦିଲ୍ଲୀ: ଗୋଟିଏ ଦିନରେ ୨.୫ କୋଟିରୁ ଅଧିକ ଡୋଜ୍ କୋଭିଡ୍ ଟିକା ଦେଇ ଭାରତ ନୂତନ ରେକର୍ଡ ସ୍ଥାପନ କରିବାର ଦିନକ ପରେ ଟିକାର ପାର୍ଶ୍ବପ୍ରତିକ୍ରିୟା ସମ୍ବନ୍ଧରେ ଗୋଆର ଜଣେ ଡାକ୍ତରଙ୍କୁ ଆଜି ସକାଳେ ‘ଭର୍ଚ୍ୟୁଆଲ୍’ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ପଚାରିଛନ୍ତି।
ପ୍ରଧାନମନ୍ତ୍ରୀ କହିଲେ, ମୁଁ ବୈଜ୍ଞାନିକ କି, ଡାକ୍ତର ନୁହେଁ। ମାତ୍ର, ଟିକା ନେଉଥିବା ହିତାଧିକାରୀମାନଙ୍କଠାରେ ପାର୍ଶ୍ବପ୍ରତିକ୍ରିୟା ସୃଷ୍ଟି ହେଉଥିବା କଥା ମୁଁ ଶୁଣିଛି। କିନ୍ତୁ, ଭାରତ ଟିକାକରଣରେ ରେକର୍ଡ ହାସଲ କରିବା ପରେ ଗତ ବିଳମ୍ବିତ ରାତ୍ରୀରେ ଗୋଟାଏ ରାଜନୈତିକ ଦଳକୁ ଜ୍ବର ହୋଇଥିବା କଥା ପ୍ରଥମ ଥର ପାଇଁ ଜାଣିଲି। ଏ କଥାର କୌଣସି ଯଥାର୍ଥତା ଅଛିକି?
ପ୍ରଧାନମନ୍ତ୍ରୀଙ୍କ କଥାରେ ଲାଜୁଆ ହସ ହସି ସ୍ବାସ୍ଥ୍ୟକର୍ମୀ ଡାକ୍ତର ନିତିନ୍ ଧୁପଡାଲେ ବୁଝାଇ କହିଲେ, ଟିକା ନେବା ପରେ ହେଉଥିବା ସମ୍ଭାବ୍ୟ ପାର୍ଶ୍ବପ୍ରତିକ୍ରିୟା ବିଷୟରେ ଆମେ ହିତାଧିକାରୀଙ୍କୁ ସୂଚନା ଦେଉ ଏବଂ ସେ କ୍ଷେତ୍ରରେ କ’ଣ କରିବାକୁ ପଡ଼ିବ ତାହା ବି କହିଦେଇ ଥାଉ।
ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଆର ସ୍ବାସ୍ଥ୍ୟସେବା କର୍ମୀ ଓ ଟିକା ନେଇଥିବା ହିତାଧିକାରୀମାନଙ୍କ ସହ ‘ଭର୍ଚ୍ୟୁଆଲ୍’ ମାଧ୍ୟମରେ ଆଳାପ ଆଲୋଚନା କରିଥିଲେ।
ଉଲ୍ଲେଖଯୋଗ୍ୟ, ଏ ସପ୍ତାହ ପ୍ରାରମ୍ଭରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଘୋଷଣା କରିଥିଲେ ଯେ, ଗୋଆର ଶତପ୍ରତିଶତ ଜନତା କୋଭିଡ୍-୧୯ ଟିକାର ପ୍ରଥମ ଡୋଜ୍ ନେଇଛନ୍ତି।
The post ଦେଶରେ ରେକର୍ଡସଂଖ୍ୟକ ଟିକାକରଣ ପରେ ବିରୋଧୀଦଳ ‘ପାର୍ଶ୍ବପ୍ରତିକ୍ରିୟା’ ଭୋଗିବାର ଯଥାର୍ଥତା ଅଛି କି?: ପ୍ରଧାନମନ୍ତ୍ରୀ ମୋଦୀ first appeared on Sambad.from କରୋନା | Sambad https://ift.tt/2XG6AU9
0 Comments