ଭୁବନେଶ୍ବର: ଗତକାଲି ୪ ଲକ୍ଷ ୫ ହଜାର କରୋନା ଡୋଜ ଦିଆହୋଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଦ୍ଵିତୀୟ ଡୋଜଜୁ ମିଶାଇ ଏଯାବତ୍ ୨ କୋଟି ୮୭ ଲକ୍ଷ ଡୋଜ ଦିଆସରିଛି। ସେଥିରୁ ୨ କୋଟି ୧୦ ଲକ୍ଷ ପ୍ରଥମ ଡୋଜ ଓ ୭୭ ଲକ୍ଷ ଦ୍ଵିତୀୟ ଡୋଜ ଦିଆହୋଇଛି। ୬୭ ପ୍ରତିଶତ ଲୋକ ପ୍ରଥମ ଡୋଜ ପାଇଛନ୍ତି। ଯେତିକି ଟିକାକରଣ ବାକି ଅଛି, ସେଥିରୁ ୭୨ ପ୍ରତିଶତ ଦ୍ଵିତୀୟ ଡୋଜ ପାଇସାରିଲେଣି। ଯେଉଁମାନେ ଟିକା ପାଇନାହାନ୍ତି, ସେମାନଙ୍କ ଜିଲ୍ଲାସ୍ତରୀୟ ତାଲିକା ପ୍ରସ୍ତୁତ କରାଯାଇଛି। ସମ୍ମୁଖ ଯୋଦ୍ଧାମାନେ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବେ।

ଆଜି ୧୮୦୦ ଟିକାକରଣ ସେସନ ଚାଲିଛି। ଆଜି ୪ ଲକ୍ଷରୁ ଅଧିକ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଟିକା ବି ପର୍ଯ୍ୟାପ୍ତ ମହଜୁଦ ଅଛି। କେବଳ ଆଦିବାସୀ ଅଞ୍ଚଳ ନୁହେଁ, ଅନେକ ଅଞ୍ଚଳକୁ ନେଇ ଗୋଟିଏ କଥା ଦେଖାଦେଇଛି। ଯେହେତୁ ପ୍ରଥମରୁ ଦ୍ଵିତୀୟ ଡୋଜ ୩ ମାସ ସମୟ ରହୁଛି, ସେମାନେ ଅନ୍ୟ କାମରେ ବ୍ୟସ୍ତ ରହି ଟିକା ନେବାକୁ ଭୁଲି ଯାଉଛନ୍ତି। ସେମାନଙ୍କୁ ଟିକା ନେବା ପାଇଁ ଏସଏମଏସ୍ ପଠାଯାଉଛି। ବାକି ଥିବା ୨୮ ପ୍ରତିଶତଙ୍କ ପାଖକୁ ତାଲିକା ଅନୁସାରେ ସମ୍ମୁଖ ଯୋଦ୍ଧା ଯାଇ ଟିକାକରଣ କେନ୍ଦ୍ରକୁ ଆଣିବେ।

The post ଏଯାବତ୍ ୨ କୋଟି ୮୭ ଲକ୍ଷ କରୋନା ଡୋଜ୍ ଦିଆସରିଛି: ପରିବାର କଲ୍ୟାଣ ନିର୍ଦ୍ଦେଶକ first appeared on Sambad.

from କରୋନା | Sambad https://ift.tt/3kB7El7