
ନୂଆଦିଲ୍ଲୀ: ‘କୋଭିସିଲ୍ଡ୍’ ସମସ୍ୟା ନୁହେଁ ବୋଲି ଇଂଲଣ୍ଡ ନିଃସନ୍ଦେହ, ଏବଂ ଟିକା ସାର୍ଟିଫିକେଟ୍ ସମ୍ବନ୍ଧରେ ‘କୋୱିନ୍ ଆପ୍’ ନିର୍ମାତାଙ୍କ ସହ ଆଲୋଚନା ଚାଲିଥିବା କଥା ଭାରତସ୍ଥିତ ବ୍ରିଟିସ୍ ହାଇକମିସନର୍ ଆଲେକ୍ସ୍ ଏଲିସ୍ କହିଛନ୍ତି।
ସେ କହିଛନ୍ତି, ‘କୋଭିସିଲ୍ଡ୍’ ସମସ୍ୟା ନୁହେଁ ବୋଲି ଆମେ ସୁନିଶ୍ଚିତ। ପର୍ଯ୍ୟଟନ ନିମନ୍ତେ ଇଂଲଣ୍ଡ୍ ଉନ୍ମୁକ୍ତ। ପର୍ଯ୍ୟଟକ, ବ୍ୟବସାୟୀ କିଂବା ଶିକ୍ଷାର୍ଥୀ ହୁଅନ୍ତୁ, ଭାରତରୁ ଅନେକ ବ୍ୟକ୍ତି ଇଂଲଣ୍ଡ୍ ଯାତ୍ରା କରୁଥିବା କଥା ଆମେ ଜାଣି ସାରିଲୁଣି।
‘କୋୱିନ୍ ଆପ୍ ଏବଂ ‘ଏନ୍ଏଚ୍ଏସ୍ ଆପ୍’ର ନିର୍ମାତାଙ୍କ ସହ ଆମେ ଟିକା ପ୍ରମାଣପତ୍ର ସମ୍ବନ୍ଧରେ ସବିଶେଷ ବୈଷୟିକ ଆଲୋଚନା କରୁଛୁ। ଦୁଇ ଦେଶ ଜାରି କରିଥିବା ଟିକା ପ୍ରମାଣପତ୍ରକୁ ପାରସ୍ପରିକ ସ୍ବୀକୃତି ଦେବା ପାଇଁ ସୁନିଶ୍ଚିତ ହେବା ସକାଶେ ଉପରୋକ୍ତ ଆଲୋଚନା ବଡ଼ ଦ୍ରୁତ ବେଗରେ ଆଗେଇ ଚାଲିଛି।
ସେ ଆହୁରି ମଧ୍ୟ କହିଛନ୍ତି, ୨୦୨୧ ଜୁନ୍ରେ ଶେଷ ହୋଇଥିବା ବର୍ଷ ସୁଦ୍ଧା ୬୨,୫୦୦ ଶିକ୍ଷାର୍ଥୀ ଭିସା ମଞ୍ଜୁର କରାଯାଇଛି। ଗତବର୍ଷ ତୁଳନାରେ ଏହା ପ୍ରାୟ ୩୦% ଅଧିକ। ପର୍ଯ୍ୟଟନ ପ୍ରକ୍ରିୟାକୁ ଆମେ ଯଥା ସମ୍ଭବ ସରଳ କରିବାକୁ ଚାହୁଁଛୁ।
ଇଂଲଣ୍ଡର ଟିକା ସ୍ବୀକୃତି ନୀତି ପ୍ରସଙ୍ଗରେ ବିବାଦ ଉଠିଥିବା ବେଳେ କୋଭିଡ୍-୧୯ ଟିକା ପ୍ରସ୍ତୁତି ମିଶ୍ରଣରେ ଆଷ୍ଟ୍ରଜେନିକା କୋଭିସିଲ୍ଡ୍କୁ ଯୋଗ୍ୟ ବିବେଚିତ ତାଲିକାଭୁକ୍ତ କରିବା ପାଇଁ ବୁଧବାର ଦିନ ସେଠାକାର ସରକାର ସଂଶୋଧିତ ଆନ୍ତର୍ଜାତିକ ଭ୍ରମଣ ମାର୍ଗଦର୍ଶିକା ଜାରି କରିଥିଲେ। କିନ୍ତୁ, ଏହି ଅନୁମୋଦିତ ଟିକାକରଣ ତାଲିକାରେ ଥିବା ୧୮ ଦେଶରୁ ଭାରତକୁ ବାଦ ଦିଆଯାଇଥିଲା। ‘ଟିକା ନ ନେଇଥିବା’ ପର୍ଯ୍ୟଟକଙ୍କ ପାଇଁ ଲାଗୁ ହେଉଥିବା ନିମୟ ପାଳନ କରିବା ଲାଗି ଭାରତୀୟଙ୍କ ପ୍ରତି ଏଥିରେ ନିର୍ଦେଶ ଦିଆଯାଇଥିଲା।
‘କୋଭିସିଲ୍ଡ୍’ ନେଇଥିଲେ ମଧ୍ୟ ଇଂଲଣ୍ଡ୍ରେ ଅକ୍ଟୋବର ୪ରୁ ଲାଗୁ ହେବାକୁ ଥିବା ନୂତନ ଆନ୍ତର୍ଜାତିକ ଭ୍ରମଣ ନିୟମାବଳୀ ଅନ୍ତର୍ଗତ ‘କ୍ବାରେଣ୍ଟିନ୍’ ନିୟମରୁ ଭାରତୀୟମାନଙ୍କୁ ବାଦ ଦିଆଯାଇ ନ ଥିଲା। ଏ ସଂକ୍ରାନ୍ତରେ ସ୍ପଷ୍ଟିକରଣ ଦେଇ ନୂଆଦିଲ୍ଲୀସ୍ଥିତ ବ୍ରିଟିସ୍ ଅଧିକାରୀମାନେ କହିଥିଲେ ଯେ, ମୁଖ୍ୟ ସମସ୍ୟ ହେଉଛି ଟିକା ପ୍ରମାଣପତ୍ର। ଏହି ସମସ୍ୟା ସମାଧାନ ପାଇଁ ଉଭୟ ଭାରତ ଓ ଇଂଲଣ୍ଡ୍ ଆଲୋଚନା ଚଳାଇଛନ୍ତି।
The post ‘କୋଭିସିଲ୍ଡ୍’ ସମସ୍ୟା ନୁହେଁ, ସାର୍ଟିଫିକେଟ୍ ବିଷୟରେ ‘କୋୱିନ୍ ଆପ୍’ ନିର୍ମାତାଙ୍କ ସହ ଆଲୋଚନା ଚାଲିଛି: ବ୍ରିଟିସ୍ ହାଇକମିସନ୍ first appeared on Sambad.from କରୋନା | Sambad https://ift.tt/3lNOyaJ
0 Comments