ଭୁବନେଶ୍ୱର : ଭୁବନେଶ୍ବରରେ ବେଶ୍‌ କିଛି ଦିନ ଧରି କମିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢ଼ିଛି। ବୁଧବାର ୨୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ୨୫୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫ ତାରିଖରେ ୧୪୩, ୬ରେ ୧୭୨ ଓ ୭ରେ ୨୨୬ ଜଣ ଚିହ୍ନଟ ହୋଇଥିଲେ। ଗତ ୫ ଦିନର ଏହି ତଥ୍ୟକୁ ହିସାବକୁ ନେଲେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ସ୍ପଷ୍ଟ ହୋଇଛି। ଅନ୍ୟପଟେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା କମିବାରେ ଲାଗିଛି। ଫଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ନିୟମିତ ବଢ଼ୁଛି। ଗତକାଲି ୩୧୧୭ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଆଜି ଏହି ସଂଖ୍ୟା ୩୨୧୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବିଏମ୍‌ସି ରିପୋର୍ଟରେ ଦର୍ଶାଇଛି।

ଅନ୍ୟପଟେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମୁନାହିଁ। ଗତକାଲି ୨୦ ଜଣ ଶିଶୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୭ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮ ହଜାର ୭୯୦ ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୨୫୮ ଆକ୍ରାନ୍ତଙ୍କ ମଧ୍ୟରୁ ରସୁଲଗଡ଼, ବରମୁଣ୍ଡା ଓ ପାତ୍ରପଡ଼ାରୁ ସର୍ବାଧିକ ୧୧ ଏବଂ ପୁରୁଣା ଭୁବନେଶ୍ବର ଓ ଝାରପଡ଼ାରୁ ୯ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।

The post ଭୁବନେଶ୍ବର‌ରେ ୨୫୮ ଆକ୍ରାନ୍ତ ଚିହ୍ନଟ first appeared on Sambad.

from କରୋନା | Sambad https://ift.tt/2YxtYDp