ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ଗଶେଶ ପୂଜା ନେଇ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଏଥର ପୂଜାମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା କରିବାକୁ କମିସନରେଟ ପୁଲିସର ଅନୁମତି ନେବାକୁ ପଡ଼ିବ ବୋଲି ଏଥିରେ କୁହାଯାଇଛି। ଏଣେ ପୂଜାମଣ୍ଡପ/ପେଣ୍ଡାଲର ୩ ପଟ ସମ୍ପୂର୍ଣ୍ଣ ବନ୍ଦ ରଖିବା ସହ ୪ ଫୁଟରୁ କମ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ପୂଜା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂଜାମଣ୍ଡପରେ ପୁରୋହିତଙ୍କୁ ମିଶାଇ ସର୍ବାଧିକ ୭ଜଣଙ୍କୁ ଅନୁମତି ଦିଆଯାଇଛି।

ଏହାଛଡ଼ା ସମସ୍ତେ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ବଜାୟ ରଖିବେ ବୋଲି ଗାଇଡଲାଇନରେ କୁହାଯାଇଛି। ସର୍ବସାଧାରଣଙ୍କ ଦର୍ଶନକୁ ବାରଣ କରାଯାଇଛି। ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ। ଗଣେଶ ପୂଜାକୁ ନିରାଡ଼ମ୍ବର ଭାବେ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଭସାଣିଯାତ୍ରାକୁ ବି ସଂପୂର୍ଣ୍ଣ ବାରଣ କରାଯାଇଛି।

ଶିକ୍ଷାନୁଷ୍ଠାନମାନଙ୍କରେ ଅନୁଷ୍ଠିତ ହେବାକୁ ଥିବା ଗଶେଶ ପୂଜାରେ ମାତ୍ର ୨୦ଜଣଙ୍କୁ ଅନୁମତି ଦେଇଛି ବିଏମସି। ଶିକ୍ଷାନୁଷ୍ଠାନମାନଙ୍କରେ ଗଣେଶ ପୂଜାରେ କୌଣସି ଭୋଜି ବା ପ୍ରସାଦସେବନକୁ ମଧ୍ୟ ବାରଣ ହୋଇଛି।

The post ବିଏମସି ପକ୍ଷରୁ ଗଶେଶ ପୂଜା ନେଇ ନୂଆ ଗାଇଡଲାଇନ୍: ପୂଜାମଣ୍ଡପରେ ସର୍ବସାଧାରଣଙ୍କ ଦର୍ଶନକୁ ବାରଣ first appeared on Sambad.

from କରୋନା | Sambad https://ift.tt/3yHSwG5