ଭୁବନେଶ୍ବର: ଆଖି ବୁଜିଲେ ଅଭିଷେକ ମହାପାତ୍ର। ମୃତ୍ୟୁ ସହ ଲଢେଇ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଅଭିଷେକ। ତାଙ୍କର କୋଲକାତାରେ ଏକ୍‌ମୋ ଚିକିତ୍ସା ଚାଲିଥିଲା। କୋଭିଡରେ ଆକ୍ରାନ୍ତ ହେବା ପରେ ଅଭିଷେକ ମହାପାତ୍ରଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଥିଲା।

ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ୨୨ଦିନ ଭେଣ୍ଟିଲେଟରେ ଥିବାବେଳେ ଅଭିଷେକଙ୍କୁ ଏକ୍‌ମୋ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ କୋଲକାତା ନିଆଯାଇଥିଲା। ଜୁଲାଇ ୯ ତାରିଖରୁ ଅଭିଷେକଙ୍କର କୋଲକାତାରେ ଏକ୍‌ମୋ ଚିକିତ୍ସା ଚାଲିଥିଲା। ଗତକାଲି ରାତି ୧୦ଟା ୪୫ ବେଳକୁ ଅଭିଷେକଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି।

The post ଏକ୍‌ମୋ ଚିକିତ୍ସାଧୀନ ଅଭିଷେକ ମହାପାତ୍ରଙ୍କ ଦେହାନ୍ତ first appeared on Sambad.

from କରୋନା | Sambad https://ift.tt/3yKAJy0