ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି, କେରଳରେ ସଂକ୍ରମଣ ବଢୁଛି। ତା ତୁଳନାରେ ଅନ୍ୟ ରାଜ୍ୟରେ ସଂକ୍ରମଣର ପ୍ରଭାବ କମ୍ ରହିଛି। ଆମ ରାଜ୍ୟରେ ପ୍ରଥମ ଲହରରେ ୧୨ ପ୍ରତିଶତ, ଦ୍ବିତୀୟ ଲହରରେ ବି ୧୨ ପ୍ରତିଶତ ଶିଶୁ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସମୟରେ ୧୨ରୁ ୧୫ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି।ଶିଶୁମାନେ କମ୍ ସୁରକ୍ଷିତ। ଅନ୍ୟ ବୟସର ଲୋକ ଟିକା ନେଇ ସାରିଥିବାରୁ ସେମାନଙ୍କ ଦେହରେ ଆଣ୍ଟିବଡି ସୄଷ୍ଟି ହୋଇସାରିଛି।

ସେହି ତୁଳନାରେ ଶିଶୁମାନଙ୍କ ପ୍ରତି ଅଧିକ ଭୟ ରହିଛି। ଗୋଟିଏ ଶିଶୁ ସଂକ୍ରମିତ ହେଲେ ବି ଏହା ଗୁରୁତ୍ୱପୂର୍ଣ୍ଣ। ଏହା ଆମ ପାଇଁ ଚିନ୍ତାଜନକ। ଶିଶୁଙ୍କ ସୁରକ୍ଷା ଲାଗି ଅଭିଭାବକ ଓ ସରକାରଙ୍କ ଦାୟିତ୍ବ ରହିଛି। ସ୍କୁଲକୁ ଯାଉଥିବା ପିଲାମାନଙ୍କ ଦାୟିତ୍ବ ଶିକ୍ଷକଙ୍କ ହାତରେ ରହିଛି।ଶିଶୁଙ୍କୁ ସୁରକ୍ଷାମୂଳକ ବାତାବରଣ ଯୋଗାଇଦେବ ଆବଶ୍ୟକ। ବର୍ତ୍ତମାନ ସ୍ଥିତିରେ ଭୁତାଣୁର ଉତ୍ସକୁ ନିୟନ୍ତ୍ରଣ ରଖିବାକୁ ମୂଳ ଲକ୍ଷ୍ୟ।

The post ଏବେ ରାଜ୍ୟରେ ୧୨ରୁ ୧୫ ପ୍ରତିଶତ ଶିଶୁ ସଂକ୍ରମିତ ହେଉଛନ୍ତି: ଡିଏମଇଟି first appeared on Sambad.

from କରୋନା | Sambad https://ift.tt/38yHQz1